Explore

Search
Close this search box.

Search

September 17, 2024 12:57 am

Genres

ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଯୁଦ୍ଧଗ୍ରସ୍ତ ରାଷ୍ଟ୍ରକୁ ଦେବେ ଶାନ୍ତିର ବାର୍ତ୍ତା

National News

ୟୁକ୍ରେନ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଋଷ୍ – ୟୁକ୍ରେନ ଯୁଦ୍ଧ ବେଳେ ଏହି ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ୱାର ମେମୋରିଆଲ ଯାଇ ଯୁଦ୍ଧରେ ପ୍ରାଣ ହରାଇଥିବା ଶିଶୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଦୁଇ ନେତା। ଏହା ପରେ ହୋଇଥିଲା ୱାନ ଟୁ ୱାନ୍ ଆଲୋଚନା। ଯାହା ଉପରେ ଥିଲା ସାରା ବିଶ୍ବର ନଜର। ସୂଚନାଯୋଗ୍ୟ ଯେ, ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନକୁ ପ୍ରଥମ ଗସ୍ତ।

ଯୁଦ୍ଧ ସମୟରେ ଭାରତ ଋଷକୁ ସମର୍ଥନ କରୁଥିବାର ନଜରକୁ ଆସୁଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ ଗସ୍ତ କରିବା ପରେ ଏହା ପୂରା ବଦଳିଯାଇଛି। ଭାରତ କୌଣସି ଦେଶର ସମର୍ଥନରେ ନୁହେଁ ବରଂ ଶାନ୍ତି ପକ୍ଷରେ ବୋଲି ମତ ଦେଇଛନ୍ତି ପିଏମ୍ ମୋଦି। ଏଥିସହ ଦୁଇ ଜଣଙ୍କ ମଧ୍ୟରେ କୃଷି, ଔଷଧ, ସଂସ୍କୃତି ଏବଂ ମାନବୀୟ ସହାୟତା ଭଳି ୪ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏବଂ ଆହୁରି ମଧ୍ୟ ସେ କହିଛନ୍ତି ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପାଇଁ ଭାରତ ସମସ୍ତ ପ୍ରକାର ପ୍ରୟାସରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି।

ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ୟୁକ୍ରେନ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କକୁ ଦୃଢ଼ୀଭୁତ କରିବା ସହ ବିଶ୍ୱ ସ୍ତରରେ ଶାନ୍ତି ସ୍ଥାପନ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score