Explore

Search
Close this search box.

Search

September 17, 2024 1:12 am

Genres

ତେଜୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ ଏବଂ ହାରିସ ଙ୍କ ମଧ୍ୟରେ ହେବ କଡା ଟକ୍କର

us election 2024

ଚଳିତ ବର୍ଷ ନଭେମ୍ବର ମାସରେ ହେବାକୁ ଯାଉଛି ଆମେରିକାର ବହୁ ପ୍ରତିକ୍ଷିତ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ପାଇଁ ଏବେ ସରଗରମ ଦେଶର ରାଜନୀତି। ତେବେ ଏଥର ନିର୍ବାଚନରେ ଜୋ ବାଇଡେନ ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି ତାଙ୍କ ସ୍ଥାନରେ ତାଙ୍କର ଡେପୁଟି ତଥା ଆମେରିକାର ଉପରାଷ୍ଟ୍ରପତି ଥିବା କମଲା ହାରିସଙ୍କୁ ଦଳର ପ୍ରାର୍ଥୀ ରୂପେ ଚୟନ କରାଯାଇଛି ଏବଂ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ତେବେ ସୂଚନା ଥାଉ କି ଚଳିତ ଥର ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ତେବେ ଗତଥର ସେ ଜୋ ବାଇଡେନଙ୍କ ଠାରୁ ପରାଜିତ ହୋଇଥିଲେ ଏବଂ ଏଥର ତାଙ୍କର ମୁକାବିଲା ହାରିସଙ୍କ ସହ ହେବାକୁ ଯାଉଛି। ଯାହା ଉପରେ ଏବେ ବିଶ୍ବର ପ୍ରାୟ ସମସ୍ତ ଦେଶଙ୍କ ନଜର ରହିଛି। ଏଥର ମୈଦାନରେ ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍ ପ୍ରାର୍ଥୀ। ଶୁକ୍ରବାର ଡେମୋକ୍ରାଟିକ ପାର୍ଟି କମଲାଙ୍କୁ ଦଳର ଅଫିସିଆଲ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଆମେରିକାର ଏକତା ଓ ଭବିଷ୍ୟତ ପାଇଁ ଲଢିବା ନେଇ ସଂକଳ୍ପ ନେଇଛନ୍ତି କମଲା ହାରିସ

ନିର୍ବାଚନ ପାଇଁ ଦୁଇ ପକ୍ଷ ନିଜର ରଣନୀତି କୁ ସୁଦୃଢ କରିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରୁ ଆରମ୍ଭ କରି ଆମେରିକାର ବିଭିନ୍ନ ସହର ବୁଲି ପ୍ରଚାର ପ୍ରସାର କରିବାପର୍ଯ୍ୟନ୍ତ ଦୁଇ ପକ୍ଷ ତରଫରୁ କଡା ଟକ୍କର ରହିଥିବା ଦେଖିବାକୁ ମିଳିଛି।

ଅପରପକ୍ଷରେ ନିର୍ବାଚନ ପୂର୍ବରୁ କମଳା ହ୍ୟାରିସଙ୍କୁ ଦେଶର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମର୍ଥନ ମିଳିଛି। ଡେମୋକ୍ରାଟିକ୍ ପାର୍ଟି ଜାତୀୟ ସମ୍ମିଳନୀରେ ସେ କମଳା ହ୍ୟାରିସଙ୍କୁ ପ୍ରଶଂସା କରିବା ସହ ଡୋନାଲ୍‌ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଥିବା ଦେଖିବାକୁ ମିଳିଛି। ଗୁରୁବାର ସିକାଗୋରେ ଡେମୋକ୍ରାଟିକ୍ ପାର୍ଟିର ଜାତୀୟ ସମ୍ମିଳନୀରେ ବାରାକ ଓବାମା ଓ ତାଙ୍କ ପତ୍ନୀ ମିଶେଲ୍ ଓବାମା ଯୋଗଦେଇଥିବା ଦେଖିବାକୁ ମିଳିଛି। ଏବଂ ସେଠାରେ ସେ କମଳା ହ୍ୟାରିସଙ୍କୁ ଆମେରିକାର ଭବିଷ୍ୟତ ବୋଲି ସମ୍ବୋଧନ କରିଥିବା ସୂଚନା ରହିଛି। ଏବଂ ଅପରପକ୍ଷରେ ଟ୍ରମ୍ପ ଆମେରିକାକୁ ବିଭାଜନ ଆଡ଼କୁ ନେଇ ଯାଉଥିବା ବାରାକ ଓବାମା ଅଭିଯୋଗ କରିଥିଲେ। ଟ୍ରମ୍ପ ଆମେରିକା ପାଇଁ ବିପଜ୍ଜନକ ବୋଲି ମଧ୍ୟ ସେ କହିଥିଲେ।

ସେହିପରି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏଥିରୁ ପଛରେ ନାହାନ୍ତି “ମେକ ଆମେରିକା ଗ୍ରେଟ୍ ଏଗେନ” ସ୍ଲୋଗାନ ନେଇ ମୈଦାନକୁ ଓଲ୍ହାଇଛନ୍ତି। ନିଜ ରାଲିରେ ସେ ବାଇଡେନ ପ୍ରଶାସନକୁ ଜୋରଦାର ହମଲା କରୁଛନ୍ତି । ବିଶେଷ କରି ବିଶ୍ବରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ପାଇଁ ବାଇଡେନ ଓ ହାରିସଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ।

ତେବେ ଏହି ସବୁ ମଧ୍ୟରେ ଅପେକ୍ଷା କେବଳ ନଭେମ୍ବର ୫କୁ। କିଏ ହେବ ଆମେରିକାର ଆଗାମୀ ରାଷ୍ଟ୍ରପତି କାହାକୁ ମିଳିବ ୧୬ କୋଟି ଆମେରକୀୟଙ୍କର ସମର୍ଥନ ତାହା ଦେଖିବା ବାକି ରହିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score