ଆମେରିକାରେ କ୍ଷମତାରେ ଥିବା ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କ ମଧ୍ୟରେ ଥିବା ସୁସମ୍ପର୍କ ପୂର୍ଣ୍ଣଛେଦ ପଡିଛି l ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ସେ ଇସ୍ତଫା ଦେଇଥିବା ନେଇ ଏକ୍ସରେ ସୂଚନା ଦେଇଛନ୍ତି l ସେ ଲେଖିଛନ୍ତି, ଟ୍ରମ୍ପ ପ୍ରଶାସନ ସହିତ ମୋର ସମୟ ଶେଷ ହେଲା । ଏଥିପାଇଁ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଡିପାର୍ଟମେଣ୍ଟ ଅଫ୍ ଗମେଣ୍ଟ ଏଫିସିଏନସିର ମୁଖ୍ୟ ପଦ ସମ୍ଭାଳିଥିଲେ ଏଲନ୍ ମସ୍କ । ଇସ୍ତଫା ଦେବା ପରେ ମସ୍କ ଲେଖିଛନ୍ତି, ମିଶନ ସମୟ କ୍ରମେ ଶକ୍ତିଶାଳୀ ହେବାସହ ସରକାରରେ ଏକ “ଜୀବନଶୈଳୀ” ସାଜିବ । ନିକଟରେ ଟ୍ରମ୍ପଙ୍କ ବଜେଟ୍ ବିଲକୁ ସମାଲୋଚନା କରିଥିଲେ ଏଲନ୍ ମସ୍କ । ବଜେଟ୍ ବିଲକୁ ସମାଲୋଚନା କରିବା ପରେ ସେ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |