Explore

Search

October 15, 2025 10:21 am

Genres

ଡୋନାଲ୍ଡ ଟ୍ରମ୍ପଙ୍କ ଗୋଲ୍ଡ ଭିଜା ନୀତି, ଟାର୍ଗେଟରେ ଧନୀ ଭାରତୀୟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଗୋଲ୍ଡ କାର୍ଡ ଇମିଗ୍ରେସନ ଯାହା ଭାରତରେ ଥିବା ଧନୀକ ଶ୍ରେଣୀ ଧନୀକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି କରିଛି। ଯଦିଓ ଏହି ଯୋଜନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇନାହିଁ, ତଥାପି ଉଚ୍ଚ-ସମ୍ପତ୍ତି-ସମ୍ପନ୍ନ ବ୍ୟକ୍ତି ଅର୍ଥାତ୍ ଧନୀ ଭାରତୀୟମାନେ ଏହା ବିଷୟରେ ସମସ୍ତ ତଥ୍ଯ ସଂଗ୍ରହ କରିବା ଆରମ୍ଭ କରିସାରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ବିଶେଷକରି ଆମେରିକାରେ ପ୍ରଯୁକ୍ତିବିଦ୍ୟା, ଆର୍ଥିକ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହୁଥିବା ଭାରତୀୟ ବୃତ୍ତିଗତ ବ୍ୟକ୍ତି, ଯାହାଙ୍କ ବୟସ ୨୮ ରୁ ୪୫ ବର୍ଷ ମଧ୍ୟରେ, ସେମାନେ ଏହି ଯୋଜନାରେ ଗଭୀର ଆଗ୍ରହ ଦେଖାଉଛନ୍ତି।

ଡେଭିସ୍ ଆଣ୍ଡ୍ ଆସୋସିଏଟ୍ସର ଇମିଗ୍ରେସନ୍ ଲ’ ଫାର୍ମର କଣ୍ଟ୍ରି ହେଡ୍ ସୁକନ୍ୟା ରମଣଙ୍କ ଅନୁଯାୟୀ, ପ୍ରାୟ ୫୦% ଆଗ୍ରହ ମଧ୍ୟପ୍ରାଚ୍ୟ ଏବଂ ଅନ୍ୟ କିଛି ଧନୀ ଦେଶରୁ ଆସୁଛି, ଯେଉଁଠାରେ ଭାରତୀୟ ପ୍ରବାସୀ ବହୁ ସଂଖ୍ୟାରେ ବାସ କରନ୍ତି।

୪୦ କୋଟି ଦେଇ ଆମେରିକାରେ ପ୍ରବେଶ କରିବାର ସୁବର୍ଣ୍ଣ ସୁଯୋଗର ଫଳସ୍ଵରୂପ ଟ୍ରମ୍ପଙ୍କ ଏହି ଗୋଲ୍ଡ କାର୍ଡ ଭିସା ଯୋଜନା ଆରମ୍ଭ ହେବାର କିଛି ଦିନ ମଧ୍ୟରେ ୭୦ହଜାରରୁ ଅଧିକ ପଞ୍ଜୀକରଣ କରାଯାଇଥିବା ଜଣା ପଡିଛି । ଯେଉଁଥିରେ ୪୦ କୋଟି ଦେଇ ଆମେରିକାରେ ପ୍ରବେଶ ପାଇଁ ନିୟମ ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score