ସଶସ୍ତ୍ର ସୀମା ବଳ ଦ୍ବାରା ଭାରତ-ନେପାଳ ସୀମାରୁ ନେପାଳ ଜେଲରୁ ଫେରାର ଥିବା ଏ ସମସ୍ତ କଏଦୀଙ୍କୁ ଅଟକ ରଖାଯାଇଛି । ଉତ୍ତରପ୍ରଦେଶ ସୀମାରେ ୨୨ ଜଣ କଏଦୀ, ବିହାର ସୀମାରେ ୧୦ କଏଦୀ ଏବଂ ପଶ୍ଚିମବଙ୍ଗ ସୀମାରୁ ୩ ଜଣ କଏଦୀଙ୍କୁ ଧରାଯାଇଛି । ଏହି ଧରପଗଡ ଏବଂ ଅନୁପ୍ରବେଶ ବେଳେ କଏଦୀଙ୍କ ଅଟକ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି । କାରଣ ନେପାଳ ସୀମାରୁ ଭାରତକୁ କଏଦୀ ମାନେ ବହୁ ମାତ୍ରାରେ ଆସୁଥିବା ସନ୍ଦେହ କରାଯାଉଛି ।
ହିଂସାକାଣ୍ଡ ସମୟରେ ନେପାଳର ବିଭିନ୍ନ ଜେଲ ଭାଙ୍ଗି ପ୍ରାୟ ୧୫ ହଜାରରୁ ଅଧିକ କଏଦୀ ଫେରାର ଥିବାରୁ ସେମାନେ ଭାରତକୁ ଅନୁପ୍ରବେଶ କରିବା ଆଶଙ୍କା ବଢୁଛି ।
ଭାରତ-ନେପାଳ ସୀମା ପାଖାପାଖି ୧୭୫୧ କିଲୋମିଟ ଲାଗିଥିବାରୁ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକ୍କିମ ଆଦି ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ଏବଂ ସେନା ସତର୍କ ରହି ପୂରା ପଇଁତରା ମାରୁଛି । ଉତ୍ତରାଖଣ୍ଡରେ ନେପାଳ ସୀମାକୁ ସିଲ୍ କରାଯାଇଛି ।
ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି ଯେଉଁ ଜେଲଗୁଡିକରୁ କଏଦୀମାନେ ଫେରାର ହୋଇଯାଇଛନ୍ତି ସେହି ଜେଲଗୁଡିକ ଭାରତ ସୀମାକୁ ଲାଗିଛି । ତେଣୁ ଏହି କଏଦୀମାନେ ଭାରତରେ ପ୍ରବେଶ କରିପାରନ୍ତି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |