Explore

Search

August 6, 2025 9:52 am

Genres

୩୫ଟି ଔଷଧର କମିଲା ଦର : ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ

କମ ମୂଲ୍ୟରେ ସୁନ୍ଦର ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସୁବିଧା ପାଇବା ଉଦ୍ଦେଶ୍ୟରେ ସାଧାରଣ ଜନତାଙ୍କୁ ୩୫ଟି ଜରୁରୀ ଔଷଧର ଦର କମାଇ ଦିଆଯାଇଛି। ଏହି ଔଷଧଗୁଡ଼ିକ ଔଷଧ କମ୍ପାନୀ ଦ୍ୱାରା ବିକ୍ରି କରାଯାଏ ଯାହାର ଖୁଚୁରା ଦାମରେ ହ୍ରାସ କରାଯାଇଛି । ଦର କମିବା ଦ୍ୱାରା ପୁରୁଣା ରୋଗରେ ପୀଡ଼ିତ ଥିବା ରୋଗୀମାନଙ୍କୁ ଲାଭ ମିଳିବ କାରଣ ଏଥିରେ ହୃଦରୋଗ ଏବଂ ଫୁଲା କମାଇବା ଭଳି ଔଷଧ ମଧ୍ୟ ସାମିଲ ଅଛି । ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଦ୍ୱାରା ଏହି ଔଷଧର ଦାମ କମ୍ କରିବାର ସୂଚନା ଜାରି କରାଯାଇଛି । ଏଥିରେ ପ୍ରମୁଖ ଔଷଧଗୁଡ଼ିକ ହେଉଛି- ଏସିକ୍ଲୋଫେନାକ୍, ପାରାସିଟାମୋଲ୍, ଏମୋକ୍ସିସିଲିନ୍, ପୋଟାସିୟମ୍ କ୍ଲାଭୁଲନେଟ୍, ଏଟୋର୍ଭାଷ୍ଟାଟିନ୍ ଏବଂ ଅନ୍ୟ କେତେକ ଔଷଧ । ଏଥିରେ ଡାଇବେଟିସ୍‍ ଔଷଧ ମଧ୍ୟ ସାମିଲ ଅଛି । ରସାୟନ ଏବଂ ସାର ମନ୍ତ୍ରାଳୟ ଦ୍ୱାରା ଏହି ସୂଚନା ସେୟାର କରାଯାଇଥିଲା । ଏହି ବିଭାଗ ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଅଧୀନରେ କାର୍ଯ୍ୟ କରେ ଏବଂ ଦେଶରେ ଔଷଧର ଦାମର ମୂଲ୍ୟ ସ୍ଥିର କରେ ଓ ମୂଲ୍ୟ ଉପରେ ନଜର ମଧ୍ୟ ରଖେ ।

ଏସିକ୍ଲୋଫେନାକ୍, ପାରାସିଟାମୋଲ୍, ଟ୍ରିପ୍ସିନ୍ କାଇମୋଟ୍ରିପ୍ସିନର ଟାବଲେଟ୍ ଏବେ ୧୩ ଟଙ୍କାରେ ମିଳିବ । କାଡିଲା ଫାର୍ମାସ୍ୟୁଟିକଲ୍‍ସ ୧୫ ଟଙ୍କା , ସେହିପରି ଏଟୋର୍ଭାଷ୍ଟାଟିନ୍ ଏବଂ କ୍ଲୋପିଡୋଗ୍ରେଲର ଦାମ ୨୬ ଟଙ୍କା ସ୍ଥିର କରାଯାଇଛି । ପିଲାମାନଙ୍କୁ ଦିଆଯାଉଥିବା ପାରାସିଟାମୋଲର ଦାମ ମଧ୍ୟ କମ୍ ହୋଇଛି । ସେହିପରି ଭିଟାମିନ୍-ଡିର ଔଷଧ ୩୧ ଟଙ୍କାରେ ମିଳିବ । ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଔଷଧ ଦୋକାନୀ ହେଉ କିମ୍ବା ରିଟେଲର ସମସ୍ତେ ନିଜ ଦୋକାନରେ ଔଷଧ ଦାମର ଲିଷ୍ଟ ଲଗାଇବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score