Explore

Search

October 20, 2025 10:02 am

Genres

ମାରାତ୍ମକ ରୋଗକୁ ଭଲ କରିଦେବ କଞ୍ଚାଲଙ୍କା

କଞ୍ଚାଲଙ୍କା ଖାଇବା ଦ୍ୱାରା କ୍ୟାନ୍ସର ଆଉ ହାର୍ଟ ଆଟାକ୍ ଭଳି ରୋଗର ଆଶଙ୍କା କମିବ । ଖାଲି ସେତିକି ନୁହେଁ, କଞ୍ଚାଲଙ୍କା ଖାଇଲେ ବଡିର ଇମ୍ୟୁନିଟି ପାଓ୍ୱାର ମଧ୍ୟ ବଢ଼ିବ । ଏକଥା ଆମେ କହୁନୁ, ବରଂ ଏକ ରିପୋର୍ଟରୁ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି । ଦର୍ଶକ ବନ୍ଧୁ, ଆପଣ ଭଲ ଭାବେ ଜାଣିଥିବେ l କଞ୍ଚାଲଙ୍କା ବିନା ଅଧା ଅଧା ଲାଗେ ରନ୍ଧାଶାଳ । ଅନେକ ଲୋକ ଖାଇବା ବେଳେ କଞ୍ଚା ଲଙ୍କାକୁ ନିଜ ଖାଦ୍ୟରେ ସାମିଲ କରନ୍ତି । କଞ୍ଚା ଲଙ୍କା ଚକଟି ଖାଇବାକୁ ବେଶ ପସନ୍ଦ କରନ୍ତି ସମସ୍ତେ । କଞ୍ଚା ଲଙ୍କା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟରେ ମଧ୍ୟ ଉନ୍ନତି ଆଣେ । କଞ୍ଚା ଲଙ୍କାରେ ଭିଟାମିନ୍ ଏ, ଭିଟାମିନ୍ ବି୬, ଭିଟାମିନ୍ କେ ଏବଂ କ୍ୟାଲସିୟମ, ମ୍ୟାଗ୍ନେସିୟମ,ଫୋଲେଟ୍, ପୋଟାସିୟମ, ଆଇରନ୍‌ , କପର ଆଦି ଥାଏ । ତେଣୁ ଏହାକୁ ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ । ନିକଟରେ ହୋଇଥିବା ଏକ ଗବେଷଣାର ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଲଙ୍କା ଖାଇବା ଦ୍ୱାରା କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score