ରାଜ୍ଯରେ ବହୁ ପ୍ରତୀକ୍ଷିତ ଯୋଜନା “ଆୟୁଷ୍ମାନ ଯୋଜନା” ଯାହା ‘ସୁସ୍ଥ ଓଡିଶା, ବିକଶିତ ଓଡିଶା’ ଉପରେ ଆଧାରିତ ଆଜି କଟକ ସହରରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି.ନଡ୍ଡାଙ୍କ କରକମଳରେ ଶୁଭାରମ୍ଭ ହୋଇଛି ଆୟୁଷ୍ମାନ l ଏକକାଳୀନ ତିନିଗୋଟି ବହୁମୂଖୀ ଯୋଜନା ତଥା ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ୭୦ରୁ ଉର୍ଦ୍ଧ୍ୱ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନା ଲାଗୁହୋଇଛି। ଫଳରେ ଓଡ଼ିଶା ସ୍ୱାସ୍ଥ୍ୟ ସେବାରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ତେବେ ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନା ଦ୍ୱାରା ମୁଖ୍ୟତଃ ବରିଷ୍ଠ ନାଗରିକଙ୍କ ପରିବାର ପିଛା ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମଧ୍ୟ ପାଇବେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |