କଟକ: ପୁଣି କଟକରେ ଶୁଭିବ କ୍ରିକେଟ ପ୍ରେମୀଙ୍କ ଚିୟର ଶବ୍ଦ l କଟକ ବାରବାଟୀ ଷ୍ଟାଡିଅମରେ ଫେବୃଆରୀ ୯ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ l ସୂଚନାନୁଯାୟୀ ଦିନିକିଆ ଦିବାରାତ୍ର ମ୍ୟାଚ ପାଇଁ ୫ଟି ସ୍ଥାନରେ ହେବ ପାର୍କିଂ l ୨୫ ହଜାର ଗାଡ଼ି ପାର୍କିଂ ପାଇଁ ପ୍ରଶାସନର ବ୍ୟବସ୍ଥା ହୋଇଥିବା ବେଳେ ବିକ୍ରି ହେଉଥିବା ଖାଦ୍ୟ ମାନ ଯାଞ୍ଚ ପାଇଁ ୫ ଅଧିକାରୀ ନିୟୋଜିତ ହୋଇଛନ୍ତି l ଟିକେଟ ପାଇନଥିବା ଲୋକଙ୍କ ପାଇଁ ୩ଟି ଫ୍ୟାନ୍ ପାର୍କ ପ୍ରସ୍ତୁତି ହୋଇଥିବା ବେଳେ ଟିକେଟ କାଉଣ୍ଟରରେ ମହିଳା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |