Explore

Search
Close this search box.

Search

September 17, 2024 1:08 am

Genres

ପାରା ଅଲିମ୍ପିକ୍ସ ର ପ୍ରଥମ ପର୍ଯ୍ୟାୟରେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ହାସଲ କଲା ଭାରତ

Para olympics

ଆରମ୍ଭ ହୋଇଯାଇଛି ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ ଏବଂ ଏଥିସହ ପ୍ରଥମ ପର୍ଯ୍ୟାୟ ରୁ ହିଁ ଭାରତ ତାର ଖାତା ଖୋଲିଥିବା ଦେଖିବାକୁ ମିଳିଛି। ପ୍ରଥମରୁ ହିଁ ଭାରତ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିବା ଦେଖିବାକୁ ମିଳିଛି। ଭାରତୀୟ ସୁଟର ଅଭନି ଲେଖରା ମହିଳା ୧୦ ମିଟର ଏୟାର ରାଇଫଲ (ଏସଏଚ-୧) ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାସହ ଏହି ପ୍ରତିଯୋଗିତାରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି।

ତେବେ ସୂଚନା ଥାଉ କି ୨୨ ବର୍ଷୀୟ ସୁଟର ଅଭନି ଲେଖରା ୧୦ ମିଟର ଏୟାର ରାଇଫଲ ଫାଇନାଲରେ ୨୪୯.୭ ପଏଣ୍ଟ ହାସଲ କରିଥିଲେ। ଏହା ଦ୍ଵାରା ସେ ପାରା ଅଲିମ୍ପିକ୍ସରେ ନୂଆ ରେକର୍ଡ କରିଛନ୍ତି। ଅଭନି ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ସମାନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିଲେ। ଏବେ ସେ ନିଜ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ମୋନା ଅଗ୍ରୱାଲ ୨୨୮.୭ ପଏଣ୍ଟ ସ୍କୋର କରି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score