Explore

Search

July 29, 2025 6:03 pm

Genres

ୱାଲର୍ଡ଼ ରେକର୍ଡ ରଚିଲେ ଭାରତୀୟ ଯୁବ ଖେଳାଳୀ ଦିବ୍ୟା ଦେଶମୁଖ

ଭାରତ ପାଇଁ ଗର୍ବ ଆଣିଲେ ଯୁବ ଚେସ୍ ଖେଳାଳୀ ଦିବ୍ୟା ଦେଶମୁଖ lମହିଳା ଚେସ୍ ବିଶ୍ୱକପ୍ ୨୦୨୫ ଟାଇଟଲ୍ ଜିତିଛନ୍ତି ଖେଳାଳୀ ଦିବ୍ୟା ଦେଶମୁଖ । ଜର୍ଜିଆରେ ଅନୁଷ୍ଠିତ ଏହି ବିଶ୍ୱକପ୍ ଫାଇନାଲରେ ଭାରତର କିମ୍ବଦନ୍ତୀ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରି ମାତ୍ର ୧୯ ବର୍ଷ ବୟସ୍କା ଦିବ୍ୟା ଏହି ଟାଇଟଲ୍ ଜିତିଛନ୍ତି। ଏହା ସହିତ, ସେ ବିଶ୍ୱକପ୍ ଜିତିଥିବା ପ୍ରଥମ ଭାରତୀୟ ମହିଳା ଚେସ୍ ଷ୍ଟାର ହୋଇଛନ୍ତି। ଗତ ବର୍ଷ ଦିବ୍ୟା ଜୁନିଅର ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଥିଲେ ଏବଂ ଏବେ ସେ ମହିଳା ଚେସ୍ ବିଶ୍ୱକପ୍ ଚାମ୍ପିଅନ୍ ମଧ୍ୟ ହୋଇଛନ୍ତି। କେବଳ ଏତିକି ନୁହେଁ, ଏହି ଟାଇଟଲ୍ ଜିତିବା ସହିତ, ସେ ଏବେ ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ମଧ୍ୟ ହୋଇଛନ୍ତି। ଭାରତର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ମଧ୍ୟ ଫାଇନାଲରେ ପହଞ୍ଚି ଏହି ଟାଇଟଲ୍ ମ୍ୟାଚ୍ କୁ ସ୍ୱତନ୍ତ୍ର କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score