Explore

Search
Close this search box.

Search

September 17, 2024 1:17 am

Genres

ସରିଲା ପ୍ୟାରିସ୍ ଅଲିମ୍ପିକ୍ସ:ମେଡାଲ ରେସ ରେ କିଏ ଆଗରେ

Paris Olympic 2024

ଗତକାଲି ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ୍ସ। ଉଦଯାପାନୀ ସମାରୋହ ନେଇ ଧୁମଧାମ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପଦକ ବିଜେତା ନିଜ ନିଜ ଦେଶର ଜାତୀୟ ପତାକା ଧରିଥିବା ଦେଖିବାକୁ ମିଳିଥିଲା ତେବେ ଭାରତ ପକ୍ଷରୁ ମନୁ ଭାକର ଓ ପି.ଆର ଶ୍ରୀଜେଶ ଜାତୀୟ ପତାକା ଧରିଥିବା ଦେଖିବାକୁ ମିଳିଛି ।

ତେବେ ଚଳିତ ବର୍ଷ ପଦକ ତାଲିକାରେ ଭାରତ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଭାରତ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ମାତ୍ର 6ଟି ପଦକ ଜିତିଛି । ଏଥିରେ ଗୋଟିଏ ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ସାମିଲ ଅଛି । ଦେଶକୁ ଗୋଟିଏ ମଧ୍ୟ ସ୍ବର୍ଣ୍ଣ ପଦକ ମିଳିନାହିଁ । ଅନ୍ୟ ଦେଶ ଉପରେ ନଜର ପକାଇଲେ ପଦକ ଟେବୁଲରେ ଆମେରିକା ଶୀର୍ଷରେ ଅଛି । ଆମେରିକା ଏପର୍ଯ୍ୟନ୍ତ 33ଟି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ 39ଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତିଛି । ଏହି ଦେଶର ମୋଟ ପଦକ ସଂଖ୍ୟା ଏପର୍ଯ୍ୟନ୍ତ ରହିଛି 111 । ଏହାପରେ ଚୀନ୍ 33ଟି ସ୍ବର୍ଣ୍ଣ ପଦକ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ଚାଇନା ପାଖରେ 27ଟି ରୌପ୍ୟ ଏବଂ 23ଟି ବ୍ରୋଞ୍ଜ ପଦକ ସହିତ ମୋଟ 83ଟି ପଦକ ରହିଛି । ଏହା ବ୍ୟତୀତ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ଅଷ୍ଟ୍ରେଲିଆ (18 ସ୍ବର୍ଣ୍ଣ), ଜାପାନ (16 ସ୍ବର୍ଣ୍ଣ) ଏବଂ ଗ୍ରେଟ ବ୍ରିଟେନ (14 ସ୍ବର୍ଣ୍ଣ) ରହିଛନ୍ତି।

ତେବେ ଗତ 40 ବର୍ଷ ପରେ ପ୍ରଥମ ଥର ପାଇଁ ପଦକ ଟେବୁଲରେ ପାକିସ୍ତାନ ପଛରେ ଅଛି ଭାରତ । ପାକିସ୍ତାନର ଅର୍ଶଦ ନଦିମ ଜାଭେଲିନ୍ ଥ୍ରୋରେ ଏକ ଅଲିମ୍ପିକ୍ ରେକର୍ଡ ସୃଷ୍ଟି କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ । ନଦିମ ସ୍ବର୍ଣ୍ଣ ଜିତିବା ସହିତ ପାକିସ୍ତାନ ପଦକ ଟେବୁଲରେ ଭାରତଠାରୁ ଆଗକୁ ଚାଲିଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score