ଦେଶରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଦିନର ବ୍ୟବଧାନ ପରେ ପୁଣି ମେ ୧୭ରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ । ୬ଟି ସ୍ଥାନରେ ବାକିଥିବା ୧୬ଟି ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ବିସିସିଆଇ ପକ୍ଷରୁ ନୂଆ କାର୍ଯ୍ୟସୂଚୀ ଜାରି କରାଯାଇଛି । ବାଙ୍ଗାଲୋର, ଜୟପୁର, ଲକ୍ଷ୍ନୌ, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ଖେଳାଯିବ ମ୍ୟାଚ୍ । ଜୁନ୍ ୩ରେ ଫାଇନାଲ ମୁକାବିଲା ଖେଳାଯିବ । ମେ ୨୯ରେ କ୍ବାଲିଫାୟର-୧, ମେ ୩୦ରେ ଏଲିମିନେଟର ଓ ଜୁନ୍ ୧ରେ କ୍ବାଲିଫାୟର-୨ ମ୍ୟାଚ୍ ଖେଳାଯିବ । ତେବେ ପ୍ଲେ-ଅଫ୍ ମ୍ୟାଚ୍ ଗୁଡିକ ପାଇଁ ଭେନ୍ୟୁ ଏଯାଏଁ ସ୍ଥିର କରିନି ବିସିସିଆଇ । ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ୧୭ ମେରେ ବେଙ୍ଗାଲୁରରେ କୋଲକାତା ଓ ଆରସିବି ମଧ୍ୟରେ ମ୍ୟାଚ୍ ଖେଳାଯିବ । ସେହିଭଳି ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ଭାରତ -ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଇପିଏଲ ମ୍ୟାଚକୁ ସପ୍ତାହକ ପାଇଁ ସ୍ଥଗିତ ରଖାଯାଇଥିଲା । ସପ୍ତାହେ ପରେ ପୁଣି ଆରମ୍ଭ ହେବ ବୋଲି କୁହାଯାଇଥିଲେ ବି ମ୍ୟାଚର ସ୍ଥାନ ନେଇ କୌଣସି ଘୋଷଣା ହୋଇନଥିଲା ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |