Explore

Search

December 1, 2025 6:42 pm

ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା, ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ । ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଅନଲାଇନ୍ ମାଧ୍ୟମରେ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । OCA ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି । ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ହାଇଭୋଲଟେଜ ଲଢେଇ ।

ଏ ନେଇ ଆଜିଠୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଆଜି ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ଦୁଇ ହଜାର ଟିକେଟ ଅନଲାଇନରେ ଆଜି ବିକ୍ରି ହେବ । ତା’ସହ ଅଫଲାଇନରେ ୧୦ ହଜାର ମଧ୍ୟ ଟିକେଟ ବିକ୍ରି କରାଯିବ । ୩ ତାରିଖ ଓ ୪ ତାରିଖ ଦିନ OCA ଅନୁବନ୍ଧିତ ସଂସ୍ଥା ବା କ୍ଳବ ମାନଙ୍କ ପାଇଁ ବିକ୍ରି ହେବ ଟିକେଟ । ୫ ତାରିଖ ଦିନ ସାଧାରଣ ଦର୍ଶକ ପାଇଁ ଟିକେଟ କାଉଣ୍ଟରେ ବିକ୍ରି ହେବ ଟିକେଟ୍ । ସାମ୍ବାଦିକ ସମ୍ମିଳନୀରେ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।
ଡିସେମ୍ବର ୯ ତାରିଖ ରେ ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି ମ୍ୟାଚ । ବାରବାଟୀରେ ପୂର୍ବରୁ ମୋଟ ୪୪ ହଜାର ୫୫୦ ସିଟ ସଂଖ୍ୟା ଥିଲା । ଏବେ ସେଥିରୁ ୨୫୦୦ ସିଟ ସଂଖ୍ୟା ଚଳିତ ମ୍ୟାଚରେ କମିବ । ମ୍ୟାଚ ଦିନ Dmx ଲାଇଟ ଆଣ୍ଡ ସାଉଣ୍ଡ ପ୍ରଦର୍ଶନ ହେବ । ମ୍ୟାଚ ପାଇଁ ୫୦ କୋଟିର ବୀମା ହୋଇଛି । ତେବେ ଡିସେମ୍ବର ୮ ତାରିଖରେ ଉଭୟ ଦଳ ଅଭ୍ୟାସ କରିବାକୁ ଷ୍ଟାଡିୟମ ଯିବେ । ୮ ତାରିଖ ଦିନ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାରବାଟୀରେ ଖେଳ ଅଭ୍ୟାସ କରିବ । ସେହିପରି ସନ୍ଧ୍ୟା ୫:୩୦ରୁ ୮:୩୦ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଖେଳ ଅଭ୍ୟାସ କରିବ । ମ୍ୟାଚର ତିନି ଘଣ୍ଟା ପୂର୍ବରୁ ଦର୍ଶକଙ୍କ ପାଇଁ ଷ୍ଟାଡିଅମ ଗେଟ୍ ଖୋଲାଯିବ ବୋଲି OCA ସମ୍ପାଦକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଯାତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା :
ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ। ଏଥିପାଇଁ କେତେଦୂର ପର୍ଯ୍ୟନ୍ତ ପ୍ରସ୍ତୁତି ହୋଇଛି ସେ ନେଇ ସବୁ ବିଭାଗର ଅଧିକାରୀ ଆରଡିସିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ମ୍ୟାଚ୍ ସମୟରେ ଷ୍ଟାଡିୟମ ବାହାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କଟକ ଇନ୍ କଟକରେ ଫ୍ୟାନ୍ସ ପାର୍କର ବ୍ୟବସ୍ଥା କରାଯିବ। ଏହା ସହିତ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷାକୁ ଅଧିକ ପ୍ରାଥମିକତା ଦିଆଯିବ।

ଟ୍ରାଫିକ ନିୟନ୍ତ୍ରଣ, ଗ୍ରୀନ କରିଡ଼ର, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା କରିବା ପାଇଁ କମିସନରେଟ ପୋଲିସ ପ୍ରସ୍ତୁତି କରୁଛି। ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଟିକେଟ କାଉଣ୍ଟରରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଡିସିପି ସ୍ଵତନ୍ତ୍ର ବ୍ୟବସ୍ଥା କରିବେ। ଦର୍ଶକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ବ ଦିଆଯିବ। ଫ୍ଲଡ ଲାଇଟର ସୁପରିଚାଳନା ସହ ବ୍ୟାକଅପ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମ୍ୟାଚ୍ ଦିନ ସୁରୁଖୁରୁରେ ଭୁବନେଶ୍ଵରରୁ କଟକ ବସ୍ ଚଳାଚଳ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପରିମଳ ବ୍ୟବସ୍ଥା, ଷ୍ଟାଡିୟମ ଭିତରେ ଖାଦ୍ୟ ଯୋଗାଣ, ରାସ୍ତାଘାଟ ମରାମତି, ବ୍ୟାରିକେଡ୍, କଣ୍ଟ୍ରୋଲ ରୁମ୍, ପାନୀୟ ଜଳ ଯୋଗାଣ ସଠିକ୍ ଢଙ୍ଗରେ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କଟକ ଆରଡିସି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score