Explore

Search
Close this search box.

Search

September 19, 2024 6:51 am

Genres

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ

Paris Paralympics 2024

ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪। ଭାରତ ଏହି ସଂସ୍କରଣରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛି। ପ୍ରତିଯୋଗିତାରେ ମୋଟ ୨୯ଟି ପଦକ ଜିତି ଭାରତୀୟ ଖେଳାଳିମାନେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଛି। ପାରା ଅଲିମ୍ପିକ୍ସ ପଦକ ତାଲିକାରେ ଭାରତ ୧୮ତମ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛି। ତେବେ ସୂଚନା ଥାଉକି ଚୀନ ୨୨୦ ପଦକ ସହ ଶୀର୍ଷରେ ରହିଥିବାବେଳେ। ଗ୍ରେଟ ବ୍ରିଟେନ(୧୨୪), ଆମେରିକା(୧୦୫) ଓ ନେଦରଲାଣ୍ଡସ(୫୬) ପଦକ ସହ ଦ୍ୱିତୀୟରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି।

ଚଳିତ ପାରା ଅଲିମ୍ପିକ୍ସରେ ଭାରତର ମୋଟ ପଦକ ମଧ୍ୟରୁ କେବଳ ଆଥଲେଟିକ୍ସ ଇଭେଣ୍ଟରୁ ୧୭ଟି ପଦକ ଆସିଛି। ସେହିପରି ଭାରତୀୟ ଖେଳାଳିମାନେ ପାରା ବ୍ୟାଡମିଣ୍ଟନରୁ ୫ଟି, ପାରା ସୁଟିଂରୁ ୪ଟି, ପାରା ତିରନ୍ଦାଜୀରୁ ୨ଟି ଏବଂ ଜୁଡୋରୁ ଗୋଟିଏ ପଦକ ହାସଲ କରିଛନ୍ତି।

ଭାରତ ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ,ଏଥିରେ ଭାରତ ମୋଟ ୧୯ଟି ପଦକ ଜିତିଥିଲା। ସେଥିରେ ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ ପଦକ ସାମିଲ ଥିଲା। ଉକ୍ତ ପ୍ରତିଯୋଗିତାରେ ଭାରତ ୨୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।ମାତ୍ର ଚଳିତ ବର୍ଷର ପ୍ରଦର୍ଶନ ଭାରତୀୟ ପାରା ଆଥଲେଟଙ୍କୁ ଦୃଢ଼ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଯାହାକି ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ ପାଇଁ ଉତ୍ସାହ ଯୋଗାଇବ ବୋଲି କୁହାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score