ଚଳିତ ପ୍ୟାରିସ ଅଲିମ୍ପିକ୍ସ ରେ ଭାରତର ଟେବୁଲ୍ ଟେନିସ୍ ତାରକା ଶ୍ରୀଜା ଅକୁଲା ସିଙ୍ଗାପୁରର ଜେଙ୍ଗ୍ ଜିୟାନଙ୍କୁ 4-2ରେ ହରାଇ ଦମଦାର କମ୍ବ୍ୟାକ୍ ଦେଖାଇଛନ୍ତି । ଏହି ବିଜୟ ସହ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରୀଜା ଅକୁଲା। ଗତକାଲିର ମ୍ୟାଚ୍ରେ ପ୍ରଥମ ସେଟ୍ ହାରିବା ପରେ ମଧ୍ୟ ଦମଦାର କମ୍ବ୍ୟାକ୍ କରି ଲଗାତାର 3ଟି ସେଟ୍ ଜିତିଥିଲେ ଶ୍ରୀଜା । ଏହା ସହିତ ସେ ଭେଟେରାନ ଭାରତୀୟ ପ୍ୟାଡେଲର ମନିକା ବତ୍ରାଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି ।
ପ୍ରଥମ ସେଟ୍କୁ ୯-୧୧ରେ ହାରିଥିବା ଶ୍ରୀଜା ଦ୍ୱିତୀୟ ସେଟରୁ କମବ୍ୟାକ କରିଥିଲେ। ଦ୍ୱିତୀୟ ସେଟ୍କୁ ସେ ୧୨-୧୦, ତୃତୀୟ ସେଟ୍କୁ ୧୧-୪, ଚତୁର୍ଥ ସେଟ୍କୁ ୧୧-୫ରେ ଜିତି ନେଇଥିଲେ। କିନ୍ତୁ ୫ମ ସେଟ୍ରେ ଜେଙ୍ଗ କମବ୍ୟାକ କରି ୧୦-୧୨ରେ ଶ୍ରୀଜାଙ୍କୁ ହରାଇ ଦେଇଥିଲେ। ହେଲେ ପରବର୍ତ୍ତୀ ସେଟ୍କୁ ଶ୍ରୀଜା ସଂଘର୍ଷ କରି ୧୨-୧୦ରେ ଜିତି ମ୍ୟାଚକୁ କବଜା କରିଥିଲେ।ବର୍ତ୍ତମାନ ଶ୍ରୀଜା ଅକୁଲା ଭାରତର ଦ୍ବିତୀୟ ମହିଳା ଟେବୁଲ ଟେନିସ୍ ଖେଳାଳି ଭାବେ ଏହି ଇଭେଣ୍ଟର ପ୍ରି-କ୍ବାର୍ଟର ଫାଇନାଲ, ଅର୍ଥାତ ରାଉଣ୍ଡ ଅଫ୍ 16ରେ ପ୍ରବେଶ କରିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |