Explore

Search
Close this search box.

Search

September 19, 2024 7:02 am

Genres

ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ

Neeraj Chopra

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଖାତାରେ ଯୋଡିହୋଇଛି ଆଉ ଏକ ପଦକ ଏଥି ସହ ଚଳିତ ଅଲିମ୍ପିକ୍ସରେ ଭାରତକୁ ମିଳିଛି ମୋଟ ୫ଟି ପଦକ, ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ଅନ୍ୟପଟେ ଏହି ଇଭେଣ୍ଟରେ ପାକିସ୍ତାନର ଅର୍ଶଦ ନଦିମ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଲଗାତର ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା|୨୦୨୧ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିବାରେ ନୀରଜ ପ୍ରଥମ ଭାରତୀୟ ଆଥଲେଟିକ୍ସ ଖେଳାଳି ହୋଇଛନ୍ତି।

ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗିଥିଲେ ନୀରଜ ଚୋପ୍ରା। ସେ ତାଙ୍କ ଦ୍ଵିତୀୟ ପ୍ରୟାସରେ ସଫଳତାର ସହ ଏହି ଥ୍ରୋ କରିଥିଲେ। ଏହା ଚଳିତବର୍ଷର ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। କିନ୍ତୁ ଅନ୍ୟପଟେ ପାକିସ୍ତାନର ଅର୍ଶଦ୍ ନଦୀମ୍ ଅଲିମ୍ପିକ୍ ରେକର୍ଡ ୯୨.୯୭ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇନେଇଛନ୍ତି ଏବଂ ଏଥିସହ ଆଉ ମାତ୍ର ୪ ମିଟର କମ ବ୍ୟବଧାନ ପାଇଁ ଭାରତ ହାତରୁ ଚାଲିଯାଇଛି ସ୍ଵର୍ଣ୍ଣ ପଦକ।

ସୁନା ନହେଲେ ନାହିଁ ରୂପା ବି କମ୍ ନୁହେଁ ବୋଲି କହିଛନ୍ତି ନୀରଜଙ୍କ ବାପା ଏବଂ ଏଥିସହ ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ମେଡାଲ ଜିତିସାରିଛି। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ ଜିତିଥିବା ବେଳେ ୩ଟି ବ୍ରୋଞ୍ଜ ମେଡାଲ ଆସିଛି ସୁଟିଂରୁ।

ତେବେ ଅଲମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଆଣି ଗର୍ବିତ କରିଥିବା ନୀରଜ ଚୋପ୍ରାଙ୍କ ପ୍ରତି ଦେଶର କୋଣ ଅନୁକୋଣରୁ ଛୁଟୁଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୀରଜଙ୍କୁ ଶୁଭେଛା ଜଣାଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score