Explore

Search

March 12, 2025 6:20 am

Genres

ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ

ଉତ୍ସବମୁଖର ସାରା ଦେଶ l ଦୀର୍ଘ ୧୨ ବର୍ଷ ପରେ ପୁଣି ଆଇସିସି ଚାମ୍ପିୟନ ଟ୍ରଫି ଜିଣିଲା ଭାରତୀୟ କ୍ରିକେଟ ଦଳ l ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡର ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଇତିହାସ ରଚିଛି l ୬ଟି ବଲ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କଲା ଭାରତ l ମ୍ୟାଚର ଅନ୍ତିମ ଫଳାଫଳ ନ୍ୟୁଜିଲାଣ୍ଡ-୨୫୧/୭, ଭାରତ-୨୫୪/୬ ଥିଲା l

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଭାରତ ଚାମ୍ପିଅନ ହୋଇଥିବା ବେଳେ ୧୨ ବର୍ଷ ପରେ ଭାରତ ପୁଣି ଚାମ୍ପିଅନ୍ସ ଟ୍ରଫି ବିଜେତା ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ l କ୍ୟାପଟେନ ରୋହିତ ଶର୍ମା ଅର୍ଦ୍ଧଶତକ କରିଥିବା ବେଳେ କୁଳଦୀପ ଏବଂ ବରୁଣଙ୍କୁ ୨-୨ ୱିକେଟ ମିଳିଥିଲା l ଏହି କ୍ରମରେ ୨୦୦୨, ୨୦୧୩ ପରେ ୨୦୨୫ରେ ଟ୍ରଫି ଜିତିଲା ଭାରତୀୟ କ୍ରିକେଟ ଟିମ

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score