କଟକ : ପୁଣି ଥରେ କଟକ ଦେଖିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ T-20 ମ୍ୟାଚ । କଟକ ବାରବାଟୀରେ ଆୟୋଜିତ ହେବାକୁ ଯାଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ T-20 ମ୍ୟାଚ। ତେବେ ଏହି ମ୍ୟାଚ ଆସନ୍ତା ଡିସେମ୍ବର ୯ ତାରିଖରେ ଖେଳାଯିବ । ଏହା ପୂର୍ବରୁ ବାରବାଟୀରେ ମ୍ୟାଚ ଆୟୋଜନ ପାଇଁ ଆଜି (ବୁଧବାର) ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ୍ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଏହି ମ୍ୟାଚ ପ୍ରତି ସମଗ୍ର ଦେଶ ଓ ବିଶ୍ବର ନଜର ରହିବ । ତେଣୁ ମ୍ୟାଚ ତ୍ରୁଟିଶୂନ୍ୟ ଭାବେ ପରିଚାଳିତ ହେବା ଦରକାର । ତେବେ ବାରବାଟୀରେ ଏହା ହେବ ଚତୁର୍ଥ T-20 ମ୍ୟାଚ । ପୂର୍ବରୁ ୨୦୧୫, ୨୦୧୭, ୨୦୨୨ରେ T-20 ମ୍ୟାଚ ଖେଳ ଯାଇଥିଲା । ଶେଷ T-20 ମ୍ୟାଚ ୨୦୨୨ ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳ ଦେଖିବାକୁ ମିଳିଥିଲା । ୩ ବର୍ଷ ପରେ ପୁଣି ବାରବାଟୀରେ ମୁଁହାମୁହିଁ ହେବେ ଭାରତ-ଦକ୍ଷିଣଆଫ୍ରିକା । ଏଥିପାଇଁ ପୋଲିସ ଅଧିକ ସତର୍କ ରହିବା ଆବଶ୍ୟକ । ଅସୁସ୍ଥ ବ୍ୟକ୍ତି କିମ୍ବା ଅନ୍ୟାନ୍ୟ ଅସୁବିଧା ସ୍ଥଳରେ ଲୋକମାନଙ୍କୁ ନେବା ଆଣିବା ପାଇଁ ଏକ ସୁବ୍ୟବସ୍ଥିତ ଗ୍ରୀନ କରିଡର ବ୍ୟବସ୍ଥା କରାଯିବ । ଭିଡ ନିୟନ୍ତ୍ରଣ, ଟିକେଟ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟ ଗୁଡିକୁ ଉପଯୁକ୍ତ ଭାବେ ତଦାରଖ କରି ନିର୍ଭୁଲ ଭାବେ ପରିଚାଳନା କରାଯିବ । ଚଳିତ ବର୍ଷ ଫେବୃଆରୀ ମାସରେ ଆୟୋଜନ ହୋଇଥିଲା ଭାରତ – ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଖେଳ ଅଧାରୁ ଫ୍ଲଡ଼ ଲାଇଟ ବିଭ୍ରାଟ ଯୋଗୁଁ ପ୍ରାୟ ୩୫ ମିନିଟ ଖେଳ ବନ୍ଦ ହୋଇଥିଲା । ଯାହାକୁ ନେଇ ବିଶ୍ଵରେ ନିନ୍ଦିତ ହୋଇଥିଲେ ଓଡିଶା ସରକାର, ବିସିସିଆଇ ଓ ଓସିଏ । ଏଭଳି କୌଣସି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବାରବାଟୀରେ ଯେଭଳି ପୁନର୍ବାର ନଘଟେ ସେଥିପାଇଁ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
