ଆଇପିଏଲ ମାର୍ଚ୍ଚ ୨୨ରେ ଆରମ୍ଭ ହେବାକୁ ଯାଉଛି l କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍ । ତେବେ ସିଜିନ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଲାଗୁ କରିଛି ନୂଆ ନିୟମ । ବଦଳିଛି କିଛି ନିୟମ l
ପ୍ରାଇମେରୀ ମୋଡ୍ ଅଫ୍ ଆକ୍ସନ ଅନୁଯାୟୀ ଖେଳାଳିଙ୍କ ସହ ପରିବାର ସଦସ୍ୟଙ୍କ ଉପସ୍ଥିତିକୁ ନେଇ କଠୋର ହୋଇଛି ନିୟମ । ସମସ୍ତ ଖେଳାଳିଙ୍କ ପାଇଁ ଟିମ୍ବସ୍ରେ ଯାତ୍ରା ବାଧ୍ୟତାମୂଳକ ରହିଛି । ଏହାପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହି ସବୁ ନିୟମ ଲାଗୁ କରିଥିଲା ବିସିସିଆଇ । ଏବେ ଆଇପିଏଲ୍ରେ ମଧ୍ୟ ସମାନ ନିୟମର ଅନୁପାଳନ କରାଯିବ । ସେହିଭଳି ମ୍ୟାଚ୍ ବେଳେ ବା ମ୍ୟାଚ୍ ପୂର୍ବରୁ ପରିବାର ସଦସ୍ୟଙ୍କ ଉପସ୍ଥିତିକୁ ନେଇ ମଧ୍ୟ କଡ଼ା ନିୟମ ଲାଗୁ କରାଯାଇଛି । ସେମାନେ ମଧ୍ୟ କୌଣସି ଖେଳାଳିଙ୍କ ସହ ଯାତ୍ରା କରି ପାରିବେ ନାହିଁ । ଷ୍ଟାଡିୟମକୁ ଆସିବାକୁ ହେଲେ ସେମାନଙ୍କୁ ଅଲଗା ଯାତ୍ରା କରିବାକୁ ହେବ ।
ଖେଳାଳିଙ୍କ ପରିବାର ସଦସ୍ୟ କୌଣସି ଫ୍ରାଞ୍ଚାଇଜ୍ ଡ୍ରେସିଂରୁମ୍ରେ ପ୍ରବେଶ କରି ପାରିବେ ନାହିଁ । ଖାଲି ସେତିକି ନୁହେଁ ଅଭ୍ୟାସ ବେଳେ ଗ୍ରାଉଣ୍ଡ୍କୁ ଯାଇ ପାରିବେ ନାହିଁ । ହସ୍ପିଟାଲିଟି ଏରିଆରେ ରହି ଅଭ୍ୟାସ ଦେଖି ପାରିବେ । ଏଥିପାଇଁ ଆକ୍ରିଡିଏସନ ବା ଅନୁମତି ଦେବେ ଆଇପିଏଲ କର୍ତ୍ତୃପକ୍ଷ । ମ୍ୟାଚ୍ ଦିନ ପୁନର୍ବାର ଅନୁମତି ମିଳିବ । ମ୍ୟାଚ୍ ଦିନ ଫିଟ୍ନେସ୍ ଟେଷ୍ଟ ଉପରେ ରୋକ୍ ଲଗାଇଛି ବିସିସିଆଇ । ପୁରସ୍କାର ବିତରଣ ସମାରୋହ ବେଳେ କୌଣସି ଖେଳାଳି ସ୍ଲିବ୍ଲେସ୍ ଜର୍ସି ପିନ୍ଧି ପାରିବେ ନାହିଁ । ଅରେଞ୍ଜ୍ କ୍ୟାପ୍ ଓ ପର୍ପଲ କ୍ୟାପ୍ ପାଇଁ ନିୟମ ବଦଳିଛି । ଅରେଞ୍ଜ୍ କ୍ୟାପ୍ ଓ ପର୍ପଲ କ୍ୟାପ୍ ପାଇଥିବା ଖେଳାଳି ଅତି କମ୍ରେ ମ୍ୟାଚ୍ରେ ଦୁଇ ଓଭର ମ୍ୟାଚ୍ ବେଳେ କ୍ୟାପ ପିନ୍ଧିବେ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |