Explore

Search

July 16, 2025 6:23 pm

Genres

ଆଗାମୀ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ ସାମିଲ ହେବ କ୍ରିକେଟ

ଆଗକୁ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ଟି-୨୦ ଫର୍ମାଟରେ ଖେଳାଯିବ। ଏନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ୱାରା ସ୍ଥିର କରାଯାଇଛି । ଆନୁଷ୍ଠାନିକ ଭାବେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇଥିବା ବେଳେ ଆଜି ଏହାର ମ୍ୟାଚ ସୂଚୀ ପ୍ରକାଶ ପାଇଛି। ଅଲିମ୍ପିକ୍ସରେ କ୍ରିକେଟ ମ୍ୟାଚ ପୋମୋନା ସହରର ଫେୟର ଗ୍ରାଉଣ୍ଡସ୍ ଷ୍ଟାଡିୟମରେ ଖେଳାଯିବ ଓ ପୋମୋନା ସହର ଲସ୍ ଆଞ୍ଜେଲସ ଠାରୁ ପ୍ରାୟ ୫୦କିମି ଦୂର।

ଅଲିମ୍ପିକ୍ସର ଉଦଘାଟନ ଉତ୍ସବ ଜୁଲାଇ ୧୪ରୁ ଆରମ୍ଭ ହେବ। ହେଲେ କ୍ରିକେଟ ଟକ୍କର ଜୁଲାଇ ୧୨ରୁ ଆରମ୍ଭ ହୋଇଯିବ । ସେହିପରି କ୍ରିକେଟ ପ୍ରତିଯୋଗିତାର ମେଡାଲ ବା ପଦକ ମ୍ୟାଚ ୨୦ ଓ ୨୯ ଜୁଲାଇରେ ଖେଳାଯିବ ବୋଲି ଆଜି ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score