Explore

Search

December 4, 2025 6:34 pm

କାଲିଠୁ ମିଳିବ ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍

କଟକ : ଆଉ ଦିନ କେଇଟା ପରେ ଦୁଲକିବ ବାରବାଟୀ ଷ୍ଟାଡିୟମ। ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାରେ ପହଞ୍ଚିଲାଣି । ତେବେ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବାରବାଟୀ ମ୍ୟାଚ ପାଇଁ ଟିକେଟ ବିକ୍ରି । ଆଉ ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦେଖା ଦେଇଛି ବେଶ ଉତ୍କଣ୍ଠା । ତେବେ ଏଥର ଯେମିତି ଟିକେଟ ବିକ୍ରି ବେଳେ ପୂର୍ବ ଭଳି କୌଣସି ସମସ୍ୟା ନ ଉପୁଜେ ସେଥିପାଇଁ ସମସ୍ତ ବ୍ୟବସ୍ଥା ଉପରେ ରଖାଯାଇଛି କଡା ନଜର।

କେମିତି ଶୃଙ୍ଖଳାରେ ହେବ ବାରବାଟୀ ମ୍ୟାଚ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ଏଥିପାଇଁ ଅନେକ ବ୍ୟବସ୍ଥା ହୋଇଛି । ଯେମିତି ଦର୍ଶକ କୌଣସି ଅସୁବିଧା ନ ଭୋଗନ୍ତି ସେଥିପାଇଁ ଟିକେଟ ବିକ୍ରି ବ୍ୟବସ୍ଥା ସହଜ କରାଯାଇଛି । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ତଥାପି କମିଶନରେଟ ପୋଲିସକୁ ଘାରିଛି ଟିକେଟ ବିକ୍ରି ଚିନ୍ତା । ତେବେ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଆସନ୍ତାକାଲି ଅର୍ଥାତ ୫ ତାରିଖରେ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ସେଥିପାଇଁ ଆଜିଠୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କଣ ହୋଇଛି ବ୍ୟବସ୍ଥା :

ସବୁଥର ଅପେକ୍ଷା ଏଥର ବ୍ୟବସ୍ଥାରେ ରହିଛି ସ୍ଵତନ୍ତ୍ରତା ।ପ୍ରଥମଥର ପାଇଁ ଲୁହା ବ୍ୟାରିକେଡ ସହ, ସର୍ପେନଟାଇନ ଡିଜାଇନରେ ବ୍ୟାରିକେଡ କରାଯାଇଛି । ଏଥର ଦର୍ଶକ ଓସିଏ କ୍ରିକେଟ ଏକାଡେମୀ ଦେଇ ବ୍ୟାରିକେଡ ଭିତରେ ପ୍ରବେଶ କରିବେ । ଆଉ ସେହି ବ୍ୟାରିକେଡ ଦେଇ ଟିକେଟ କାଉଣ୍ଟର ପର୍ଯ୍ୟନ୍ତ ଯିବେ । ଏଥିପାଇଁ ୨ ଫୁଟ ଲେଖାଏଁ ଦୁଇଟି ବ୍ୟାରିକେଡ ଲାଇନ କରାଯାଇଛି । ଆଉ ଏହି ପାଖରେ ଆଉ ଗୋଟିଏ ୩ ଫୁଟର ବ୍ୟାରିକେଡ ହୋଇଛି । ଯେଉଁଠି ପୋଲିସ ଜଗିବେ। କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

ସେହିପରି ଟିକେଟ ବିକ୍ରି ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନରେ ଠିଆ ହୋଇପାରିବେ ନାହିଁ । ଯଦି ଦର୍ଶକ ରାତିରୁ ଆସନ୍ତି ତେବେ କ୍ରିକେଟ ଏକାଡେମୀ ପଡ଼ିଆରେ ରହିବେ । ସକାଳ ୬ଟାରେ ଦର୍ଶକ ଲାଇନରେ ଛିଡା ହୋଇପାରିବେ । ଆଉ ସକାଳ ୯ଟାରେ ଟିକେଟ କାଉଣ୍ଟର ଖୋଲିବା ପରେ ଟିକେଟ କାଟି ପାରିବେ। ସେହିପରି ଏଥର ଟିକେଟ କଳାବଜାରୀ ଉପରେ ବେଶ ଧ୍ୟାନ ଦିଆଯାଇଛି । ଏହାସହ ବିଶୃଙ୍ଖଳାକାରୀଙ୍କ ଉପରେ କଡା ନଜର ରଖିବ ପୋଲିସ। ସାମାନ୍ୟ କେହି ଯଦି ବିଶୃଙ୍ଖଳା କରନ୍ତି ତେବେ ଷ୍ଟାଡିୟମରୁ ବାହାର କରାଯିବ। ଆଉ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନାରୁ ପ୍ରକାଶ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score