Explore

Search

February 5, 2025 4:14 am

Genres

ସିନେମା ହଲରେ ମୁକ୍ତିଲାଭ କରିଲା ପୁଷ୍ପା-୨, ଦର୍ଶକଙ୍କ ମଧ୍ୟରେ ବଢିଲା ଉତ୍ସାହ

pushpa 2 release date

ବହୁ ପ୍ରତୀକ୍ଷିତ ସିନେମା ପୁଷ୍ପା- ୨ ଆଜି ସିନେମାକୁ ଆସିଛିl । ଶୀତ ଦିନର ଯେଉଁଠି ସକାଳୁ ଉଠିବା ମୁସ୍କିଲ ସେଠି ସକାଳ ସାଢେ଼ ୫ ଟାରେ ଆଜି ହାଉସ୍ ଫୁଲ୍ ଶୋ। ସାରା ଦେଶରେ କ୍ରେଜ, ସବୁ ହଲ୍‌ରେ ଚାଲିଛି ହାଉସ୍ ଫୁଲ୍ ଶୋ’ । ବଡ଼ ପରଦାକୁ ଆସିଛି ଦଶନ୍ଧିର ସବୁଠୁ ବଡ଼ ସିନେମା । ଭୁବନେଶ୍ୱରରୁ ମୁମ୍ବାଇ, ଦିଲ୍ଲୀରୁ ହାଇଦ୍ରାବାଦ ଯାଏଁ ସବୁଠି ଫାଷ୍ଟ ଡେ’ ଫାଷ୍ଟ ଶୋ’ ରେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ପ୍ରତିଟି ସଂଳାପ ଓ ସିନ୍‌ରେ ବାଜୁଛି ହ୍ୱିସିଲ୍ l ଭୁବନେଶ୍ୱରରେ ମଧ୍ଯ ଫାଷ୍ଟ ଡେ’ ଫାଷ୍ଟ ଶୋ ଦେଖିବାକୁ ମିଳିଛି ଫ୍ୟାନଙ୍କ ଜବରଦସ୍ତ ଉତ୍ସାହ । ସାରା ଦେଶରେ ପୁଷ୍ପାର କ୍ରେଜ୍ ଏତେ କି ପ୍ରାୟ ସବୁ ରାଜ୍ୟରେ ହଠାତ୍ ବଢ଼ି ଯାଇଛି ସିନେମା ଟିକେଟ୍ । ଭୁବନେଶ୍ବରରେ ଯେଉଁ ଟିକେଟ୍ ୧୫୦ ରୁ ୨୦୦ ଥିଲା ଏବେ ସେସବୁ ଡବଲ୍ ରେଟରେ ବିକ୍ରି ହେଉଛି ଆଉ ହାଉସ୍ ଫୁଲ ବି । ଦିଲ୍ଲୀ, ମୁମ୍ବାଇ, ପାଟନା, ବେଙ୍ଗଲୁରୁ, ହାଇଦ୍ରାବାଦରେ ବି ସମାନ ସ୍ଥିତି। ଏସବୁକୁ ଦେଖି ଅନୁମାନ କରାଯାଉଛି କି ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟି ମାର୍କ କ୍ରସ କରିପାରେ ।

୨୦୨୧ର ବ୍ଲକ୍‌ ବଷ୍ଟର ପୁଷ୍ପାର ଏହା ହେଉଛି ଦ୍ଵିତୀୟ ଭାଗ । ଯେଉଁଠାରୁ କାହାଣୀ ସାରିଥିଲା ସେହିଠାରୁ ପୁଣି ଆରମ୍ଭ ହେଉଛି ଫିଲ୍ମ । ଷ୍ଟାଇଲିସ୍ ଷ୍ଟାର ଅଲ୍ଲୁ ଅର୍ଜୁନ ପୁଷ୍ପରାଜ୍ ଭାବେ ହଠାତ୍ ଗାଏବ ହେଇ ଯିବା ଆଉ ପରେ ଏକ ମାସ୍ ଏଣ୍ଟ୍ରି ନେଇ ଫେରିବାକୁ ଅପେକ୍ଷା କରିଥିଲେ ଫ୍ୟାନ । ଏଠାରେ ମୁଖ୍ୟ ଓ ଖଳନାୟକ ଭୂମିକାରେ ଅଲ୍ଲୁଙ୍କୁ ଦେଖିବାକୁ ମିଳିବ। ସିନେମାରେ ରଶ୍ମିକା ମନ୍ଦନା ଆଉ ଫାହାଦ୍ ଫସିଲ୍ ବି ମୁଖ୍ୟ ଭୂମିକାରେ ରିପିଟ୍ ହେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score