Explore

Search

September 1, 2025 5:58 pm

Genres

ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦ

ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦ

ବିବାହ ବନ୍ଧନରେ ଆବଦ୍ଧ ହେଲେ ବେଙ୍ଗାଲୁରୁ ଦକ୍ଷିଣର ଲୋକସଭା ସାଂସଦ ତଥା ବିଜେପି ନେତା ତେଜସ୍ୱୀ ସୂର୍ଯ୍ୟ l ସେ କନ୍ନଡ଼ ଜଗତର ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଓ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିଛନ୍ତି। ତେଜସ୍ୱୀ ସୂର୍ଯ୍ୟ ଓ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ବିବାହ ବୈଦିକ ରୀତିନୀତି ରେ ସମ୍ପନ୍ନ ହୋଇଛି l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ଆଶୀର୍ବାଦ କରିଛନ୍ତି। ସୂଚନା ଅନୁସାରେ, ଶିବଶ୍ରୀ ସ୍କନ୍ଦପ୍ରସାଦ ବାୟୋଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ସହିତ ଚେନ୍ନାଇ ବିଶ୍ୱବିଦ୍ୟାଳୟରୁ ଭାରତନାଟ୍ୟମରେ ଏମ୍ଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଶିବଶ୍ରୀ ମଧ୍ୟ ସୋସିଆଲ ମିଡିଆ ଜଗତର ଏକ ଫେମସ ଚେହେରା। ତାଙ୍କର ଏକ ୟୁଟୁବ ଚ୍ୟାନେଲ ମଧ୍ୟ ଅଛି। ଶିବଶ୍ରୀଙ୍କ ୟୁଟ୍ୟୁବ୍ ଆକାଉଣ୍ଟରେ ୨ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।

ଶିବଶ୍ରୀ ମନୋରଞ୍ଜନ ଜଗତ ସହିତ ମଧ୍ୟ ଜଡିତ। ସେ ଐଶ୍ୱର୍ଯ୍ୟା ରାୟଙ୍କ ଦକ୍ଷିଣ ଚଳଚ୍ଚିତ୍ର ପୋନିୟିନ୍ ସେଲଭନ୍ – ପାର୍ଟ ୨ ର କନ୍ନଡ ସଂସ୍କରଣରେ ନିଜର କଣ୍ଠସ୍ୱର ଦେଇଛନ୍ତି। ସେ ଏହି ଫିଲ୍ମ ପାଇଁ ଏକ ଗୀତ ଗାଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score