ଭାରତୀୟ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ତଥା ‘ସାଥ୍ ନିଭାନା ସାଥିୟା’ରୁ ପରିଚିତ ହୋଇଥିବା ଗୋପୀ ବହୁ ତଥା ଅଭିନେତ୍ରୀ ଜିୟା ମାନେକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି l ନିଜ ପରିବାରବର୍ଗଙ୍କ ଗହଣରେ ବିବାହ କରିଥିବା ଜଣାଯାଇଛି। ଜିୟା ସୋସିଆଲ ମିଡିଆରେ ତାଙ୍କ ବିବାହର ଫଟୋ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି। ସମ୍ପୂର୍ଣ୍ଣ ନବବଧୂ ରୂପେ ସଜେଇ ହୋଇ ଜିଆ ଫଟୋ ସେୟାର କରି ଟେଲି ଅଭିନେତା ବରୁଣ ଜୈନଙ୍କୁ ବିବାହ କରିଥିବା ଜଣାଇଛନ୍ତି। ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଫଟୋ ସେୟାର କରି ଜିୟା ଲେଖିଛନ୍ତି ଯେ “ଭଗବାନ ଏବଂ ଗୁରୁଙ୍କ କୃପାରୁ ଆମେ ସବୁଦିନ ପାଇଁ ଏକାଠି ହୋଇଛୁ। ହାତରେ ହାତ ମିଶାଇ, ହୃଦୟ ସହ ହୃଦୟ ମିଶାଇ। ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି ଆମେ ସ୍ୱାମୀ-ସ୍ତ୍ରୀ ହୋଇଛୁ। ଏହି ଦିନକୁ ସ୍ୱତନ୍ତ୍ର କରିଥିବା ଲୋକଙ୍କ ଭଲପାଇବା, ଆଶୀର୍ବାଦ ଏବଂ ଶୁଭେଚ୍ଛା ପାଇଁ ମୁଁ ବହୁତ କୃତଜ୍ଞ।”
ତେବେ ବରୁଣ ଜୈନ ଜଣେ ଅଭିନେତା ଯିଏ “ଦିୟା ଔର ବାତି ହମ୍”ରେ ମୋହିତ ରାଠି ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |