Explore

Search

March 12, 2025 1:26 pm

Genres

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ଓ ଜାଗୃତି ଶୁକ୍ଳା

ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କର ଦୀର୍ଘ ଦିନର ପ୍ରେମିକା ଜାଗୃତି ଶୁକ୍ଲାଙ୍କ ସହିତ ବିବାହ କରିଛନ୍ତି l ପୂର୍ବରୁ ଓଡିଶା ବାହାରେ ସେମାନଙ୍କ ନିର୍ବନ୍ଧ ସରିଯାଇଥିଲା l

ଅନୁଭବ ଏବଂ ଜାଗୃତି ଚଳିତ ମାସ ଆରମ୍ଭରେ ତଥା ମାର୍ଚ୍ଚ ୮ରେ ସୋସିଆଲ ମିଡିଆରେ ନିଜ ପ୍ରେମ ବିବାହର ସଂକେତ ପ୍ରଦାନ କରିଥିଲେ l ଯାହାକୁ ସେୟାର କରିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଅଭିନନ୍ଦନର ସୁଅ ଛୁଟିଥିଲା l

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀରେ ସାଂସଦ ଥିବା ସମୟରେ ୨୦୧୯ ରେ ଅନୁଭବ ଏବଂ ଜାଗୃତିଙ୍କ ମଧ୍ୟରେ ଏକ ବନ୍ଧୁତା ଆରମ୍ଭ ହୋଇଥିଲା l ଅନୁଭବ ପୂର୍ବରୁ ୨୦୧୪ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ ଏବଂ ଏହି ଯୋଡି ଡିସେମ୍ବର ୨୦୨୩ ରେ ଅଲଗା ହୋଇଯାଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score