ଗତକାଲି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକା ଘୋଷଣା ହୋଇଯାଇଛି l ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଜଗତକୁ ମିଳିଛି ଜାତୀୟ ସମ୍ମାନ l ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବର୍ଗରେ ଓ ଅଣଫିଚର୍ ବର୍ଗରେ ସ୍ୱତନ୍ତ୍ର ସୂଚିତ ହୋଇଥିବା ‘ଦି ସି ଏଣ୍ଡ ସେଭେନ ଭିଲେଜେସ୍’ କୁ ମିଳିଛି ସମ୍ମାନ l ସେହିପରି ହିନ୍ଦୀ ଚଳଚ୍ଚିତ୍ର ‘ଯବାନ’ ଚଳଚ୍ଚିତ୍ର ପାଇଁ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ଓ ‘12th Fail’ ପାଇଁ ବିକ୍ରାନ୍ତ ମାସେ ଶ୍ରେଷ୍ଠ ଅଭିନେତା ରୂପେ ମନୋନୀତ ହୋଇଛନ୍ତି l ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ପାଇଁ ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଚୟନ ହୋଇଛନ୍ତି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |