ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଓ ହେମାମାଳିନୀଙ୍କ ପ୍ରେମ କାହାଣୀ ଆଜିବି ଯୁବପୀଢ଼ିଙ୍କ ପାଇଁ ପରୀ ରାଇଜର କାହାଣୀ ଭଳି । ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ପଞ୍ଜାବର ନସରାଲିରେ ଜନ୍ମଗ୍ରହଣ କରିଥିଲେ ବଲିଉଡର ହି-ମ୍ୟାନ୍ । ପାଠ ପଢାଠୁ ନେଇ ସିନେମାରେ ଅଭିନୟ ସବୁଥିରେ ଟପରେ ଥିଲେ ଧର୍ମେନ୍ଦ୍ର । ତାଙ୍କର ଦମଦାର ଡାଇଲଗ ଆଜି ବି ସମସ୍ତଙ୍କ ହୃଦୟରେ ଛାପି ହୋଇ ରହିଛି । ଆଉ ଯେବେ ସେ ଅଭିନେତ୍ରୀ ହେମାମାଳିନୀଙ୍କ ହାତ ଧରିଲେ ସେବେଠୁ ସେ ନିଜକୁ ସୌଭାଗ୍ୟଶାଳୀ ମଣିଷ ମନେ କରନ୍ତି ।
ହେମାମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ପ୍ରଥମ ଦେଖା ଫିଲ୍ମ ‘ତୁମ୍ ହସିନ୍ ମେଁ ଜୱାନ୍’ର ସେଟରେ ହୋଇଥିଲା । ଯାହା ପରେ ଏହି ଯୋଡି ୪୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଛନ୍ତି । ୧୯୭୦ ଦଶକରେ ଏହି ଯୋଡି ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ଯାହା ବଲିଉଡରେ ଖୁବ ଚର୍ଚ୍ଚା ସାଉଁଟିଥିଲା । କାରଣ ସେତେବେଳେ ଧର୍ମେନ୍ଦ୍ର ବିବାହିତ ଥିଲେ । ତାଙ୍କ ପ୍ରଥମ ପତ୍ନୀ ଥିଲେ ପ୍ରକାଶ କୌର । ତାଙ୍କର ଚାରିଟି ସନ୍ତାନ ମଧ୍ୟ ରହିଥିଲେ । ହେଲେ ହେମାମାଳିନୀ ହି-ମ୍ୟାନଙ୍କ ହୃଦୟରେ ରହି ଯାଇଥିଲେ ।
ଧର୍ମେନ୍ଦ୍ର ହେମା ପରସ୍ପରକୁ ବିବାହ କରିବା ପାଇଁ ନିଜର ଧର୍ମ ବଦଳାଇ ଦେଇଥିଲେ । ଧର୍ମ ପରିବର୍ତ୍ତନ ସମୟରେ ହେମା ତାଙ୍କ ନାମ ଆୟେଶା ଏବଂ ଧର୍ମେନ୍ଦ୍ର ତାଙ୍କ ନାମ ଦିଲାୱର ଖାନ ରଖିଥିଲେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
