Explore

Search

November 20, 2025 4:19 pm

ଗୋପାଳପୁର ବେଳାଭୂମି ମହୋତ୍ସବ : ସୁଜ୍ଞାନୀ ମହାପାତ୍ର -ଆରଡିଏକ୍ସ ଡ୍ୟାନ୍ସରେ ମତୁଆଲା ଦର୍ଶକ

ଗୋପାଳପୁର: କମ୍ପୁଛି ଗୋପାଳପୁର ବେଳାଭୂମିରେ ବୋଇତ ବନ୍ଦାଣ ମହୋତ୍ସବ । ଆଜି ଏହାର ଉଦଯାପନୀ ଦିବସ । ତେବେ ଗତକାଲି ଏହି ମହୋତ୍ସବ ଖୁବ ଆକର୍ଷଣ କରିଥିଲା ଦର୍ଶକଙ୍କୁ । ସକାଳୁ ନେଇ ସନ୍ଧ୍ୟା ବେଶ ଲୋକାରର୍ଣ୍ଣ୍ୟ ଥିଲା ଗୋପାଳପୁର ବେଳାଭୂମି ମହୋତ୍ସବ । ଓରମାସ ଠୁ ନେଇ ଠୁମକା,ପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଠୁ ନେଇ ବିଶିଷ୍ଟ କଣ୍ଠ ଶୀଳ୍ପିଙ୍କ ଗୀତରେ ଝୁମିଥିଲେ ଦର୍ଶକ । ଗତକାଲି ସନ୍ଧ୍ୟାରେ ସୌରିନ ବ୍ରିଆନ, ସୁଜ୍ଞାନୀ ମହାପାତ୍ର , ଆରଡିଏକ୍ସ ଡ୍ୟାନ୍ସ ଗ୍ରୁପ, ଅନୁରାଗ ଦାଶଙ୍କ ଭଳି ବହୁ କଣ୍ଠ ଶୀଳ୍ପିଙ୍କ ଗୀତରେ ଦୁଲକିଥିଲା ମଞ୍ଚ ।

ଏହି ଅବସରରେ ଅନେକ ପ୍ରକାରର ପିଠାପଣା କାର୍ଯ୍ୟକ୍ରମର ପ୍ରତିଯୋଗିତା ହୋଇଥିଲା । ସେହିପରି ସନ୍ଧ୍ୟାରେ ଭଜନ ସମାରୋହ, ଖାଦ୍ୟ ମେଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ପଲ୍ଲୀଶ୍ରୀ ମେଳାରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ, ସାଂସ୍କୃତିକ ଓ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମହାସମାରୋହରେ ଯୋଗଦେଇଥିଲେ ଶହଶହ ଦର୍ଶକ । ତେବେ ଆଜି ଏହି ମହୋତ୍ସବର ଶେଷ ଦିନରେ ଗାୟିକା ଗାୟକ ଶସାଙ୍କ ଶେଖର, ପାୟଲ ନନ୍ଦ, ଆରିୟାନ ଡ୍ୟାନ୍ସ ଗ୍ରୁପ ଯୋଗ ଦେବେ । ଯାହାଙ୍କ ଗୀତ ଓ ନାଚରେ ଝୁମିବେ ଦର୍ଶକ ଦୁଲକିବ ମଞ୍ଚ । ଥରିବ ପୁରା ଗୋପାଳପୁର ବେଳାଭୂମି । ଏନେଇ ଗୋପାଳପୁର ବେଳାଭୂମିରେ ପହଞ୍ଚି ସାରିଲେଣି ବଡ ବଡ ଗାୟକ ଗାୟିକା । ତେବେ ଏମାନଙ୍କୁ ଦେଖିବା ପାଇଁ ଏବେଠୁ ଲାଗିଲାଣି ଲୋକଙ୍କ ଭିଡ । ସେପଟେ ମଞ୍ଚ ବି ପୁରା ପ୍ରସ୍ତୁତ ରହିଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ସଭାପତିତ୍ୱ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ପୂୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ତେଲୁଗୁ ପାଲା, ଘଟ କଳସୀ ନୃତ୍ୟ , କାଳୀ ତାଣ୍ଡବ ଭଳି ଅନେକ ନୃତ୍ୟ ପରିବେଶଣ କରାଯାଇଥିଲା । ପରେ ଆୟୋଜିତ ସନ୍ଧ୍ୟାରେ ବିଭିନ୍ନ କଳାକାରଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନମୋହିଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score