Explore

Search

November 20, 2025 1:51 pm

ଆଜିଠୁ ଦୁଲକିବ କଟକର ଐତିହାସିକ ଯାତ୍ରା “ବାଲିଯାତ୍ରା”

ଭୁବନେଶ୍ୱର: ଆଜିଠୁ ଦୁଲକିବ କଟକର ଐତିହାସିକ ଯାତ୍ରା ”ବାଲିଯାତ୍ରା” । ଯାହାକୁ ନେଇ କେବଳ କଟକ ବାସିନ୍ଦା ନୁଁହନ୍ତି ପୁରା ଓଡ଼ିଶାବାସୀ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି । ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଐତିହାସିକ ”ବାଲିଯାତ୍ରା”କୁ ଉଦ୍‌ଘାଟନ କରିବେ ।

ଅନ୍ୟପକ୍ଷରେ ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ କଟକରେ ପହଞ୍ଚିଛନ୍ତି ବଲିଉଡ ଗାୟିକା ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର । ଦୁହେଁ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ‘କଟକ ଇନ୍‌ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥର ପାଖାପଖି ୧୬୦୦ ଷ୍ଟଲ୍‌ ପଡ଼ିଛି । ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ୍‌ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହେବେ ।

ସେହିପରି ବାଲିଯାତ୍ରାରେ ବିଶ୍ବ ରେକର୍ଡ କରିବା ପାଇଁ ପ୍ରଶାସନ ପକ୍ଷରୁ ୩ଟି ପଦକ୍ଷେପ ନିଆଯିବ । ଶାଳପତ୍ରରେ ୧୦ହଜାର ଗ୍ରିନ୍‌ ବୋଟ୍‌ ତିଆରି କରାଯାଇଛି । ‘କଟକ ଇନ୍‌ କଟକ’ ଭିତରେ ୧ଲକ୍ଷ ବହି ସଂଗ୍ରହ କରି ମାଗଣାରେ ବଣ୍ଟାଯିବ । ବାଲିଯାତ୍ରାକୁ ଆସୁଥିବା ଲୋକମାନଙ୍କର ମତାମତକୁ ସଂଗ୍ରହ କରିବା ପାଇଁ ଷ୍ଟିକିଂ ନୋଟ୍‌ସ ବୋର୍ଡରେ ଲଗାଯିବାକୁ ପ୍ରଶାସନ ବ୍ୟବସ୍ଥା କରିଛି । ସେହିପରି ବାଲିଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମେଳାର ମାନ୍ୟତା ଦେବା ପାଇଁ ଏଥର ଇଣ୍ଡୋନେସିଆ ଓ କୋରିଆରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଟିମ୍‌ ଆସୁଛି ।

ତେବେ ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ମହାନଦୀ କୂଳରେ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ମହୋତ୍ସବରେ ବହୁ ସଂଖ୍ୟକ ଦର୍ଶକ ଏବଂ ଯାନବାହାନ ଭିଡ଼ ହେବାର ସମ୍ଭାବନା ରହିଛି । ଭିଡ଼କୁ ଦୃଷ୍ଟିରେ ରଖି ଯାନବାହନ ଉପରେ ଲାଗୁ ହୋଇଛି କଟକଣା । ପଦଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଟକ ସହର ମଧ୍ୟରେ ଓ ଏହାର ଆଖପାଖ ଅଞ୍ଚଳରେ ଭାରି ଏବଂ ବାଣିଜ୍ୟିକ ଯାନବାହାନ ଚଳାଚଳ ପ୍ରତିବନ୍ଧିତ ରହିବ। କିନ୍ତୁ ଆମ୍ବୁଲାନ୍ସ ,ଅଗ୍ନିଶମ ବାହିନୀ, ପୋଲିସ ଏବଂ ଉପଯୋଗୀ ସେବାରେ ନିୟୋଜିତ ଯାନଗୁଡ଼ିକ ନିମନ୍ତେ କଟକଣା ଲାଗୁ ହେବ ନାହିଁ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score