Explore

Search

March 11, 2025 10:42 pm

Genres

ଆଇଫା ଡିଜିଟାଲ ପୁରସ୍କାର ଘୋଷିତ; ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହେଲେ ବିକ୍ରାନ୍ତ ମାସି

ହିନ୍ଦୀ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ମଧ୍ୟରେ ଆଇଫା ଅନ୍ୟତମ l ଜୟପୁର ସହର ଠାରେ ଆୟୋଜିତ ଏହି ସମାରୋହରେ ଡିଜିଟାଲ ଚଳଚିତ୍ର ଅନେକ ପୁରସ୍କାର ହାତେଇଛି l ଯେଉଁଥିରେ ଓଟିଟିରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକ ପ୍ରଦାନ କରାଯାଇଥିଲା l ଗୋଟିଏ ପଟେ ନେଟଫ୍ଲିକ୍ସ ଏବଂ ପ୍ରାଇମ ଭିଡିଓର “ଅମର ସିଂ ଚାମକିଲା” ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବାବେଳେ “ପଞ୍ଚାୟତ ସିଜନ” ଶ୍ରେଷ୍ଠ ୱେବ୍ ସିରିଜ୍ ଅନେକ ପୁରସ୍କାର ଜିତିଛି। ଏହା ବ୍ୟତୀତ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀଙ୍କ ସମେତ ଅନ୍ୟ ବର୍ଗରେ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା l

ଅଗ୍ରଣୀ ଭୂମିକାରେ ସର୍ବୋତ୍ତମ ପ୍ରଦର୍ଶନ (ପୁରୁଷ) ପାଇଁ ନେଟଫ୍ଲିକ୍ସର ଫିଲ୍ମ ‘ସେକ୍ଟର ୩୬’ ପାଇଁ ଅଭିନେତା ବିକ୍ରାନ୍ତ ମାସି ପୁରସ୍କାର ପାଇଥିଲେ l ସେହିପରି ସର୍ବୋତ୍ତମ ପ୍ରଦର୍ଶନ (ମହିଳା) ନେଟଫ୍ଲିକ୍ସର ରହସ୍ୟ ଥ୍ରୀଲର ‘ଦୋ ପତି ପାଇଁ କ୍ରିତି ସାନନ୍ ପୁରସ୍କାର ପାଇଥିଲେ l ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଇମତିଆଜ ଅଲି ‘ଅମର ସିଂ ଚାମକିଲା’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଗ୍ରହଣ କରିଥିଲେ। ଦର୍ଶକଙ୍କ ଦ୍ଵାରା ଶ୍ରେଷ୍ଠ ଆଦୃତ ‘ପଞ୍ଚାୟତ’ ’ୱେବ୍ ସିରିଜ୍ ବିଭାଗରେ ଶ୍ରେଷ୍ଠ ସିରିଜ୍ ପୁରସ୍କାର ହାସଲ କରିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score