Explore

Search

July 20, 2025 7:48 am

Genres

ୱାର୍‌-୨ର ରିଲିଜ ହେଲା ପୋଷ୍ଟର, ଦର୍ଶକଙ୍କ ମଧ୍ୟରେ ଉତ୍ସାହ

ଅଭିନେତା ହ୍ରିତିକ ରୋଶନ ଓ ଜୁନିୟର ଏନ୍‌ଟିଆର୍‌ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ୱାର୍‌-୨’ର ନୂଆ ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନ୍‌ଟିଆର୍‌ଙ୍କୁ ଦମ୍‌ଦାର ଆକ୍ସନ୍‌ ଦେଖିବାକୁ ମିଳିଛି । ନିର୍ମାତାଙ୍କ ଦାବି, ‘ୱାର୍‌-୨’ ଏ ବର୍ଷର ସବୁଠୁ ବଡ଼ ଆକ୍ସନ୍‌ ଫିଲ୍ମ ହେବ ବୋଲି ଆଶାକରାଯାଉଛି । ପୋଷ୍ଟର୍‌ରେ ହ୍ରିତିକ ଆକ୍ସନ୍‌ ମୋଡ୍‌ରେ ଥିବାବେଳେ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଭୟଙ୍କର ଲୁକ୍‌କୁ ଫ୍ୟାନ୍‌ ବେଶ୍‌ ପସନ୍ଦ କରୁଛନ୍ତି । ଅଭିନେତ୍ରୀ କିଆରା ମଧ୍ୟ ବନ୍ଧୁକ ସହିତ ଅଲଗା ଅନ୍ଦାଜ୍‌ରେ ନଜର ଆସିଛନ୍ତି । ପୋଷ୍ଟର୍‌ ରିଲିଜ୍‌ ସହିତ ଫିଲ୍ମକୁ ନେଇ ଗଣତି ଆରମ୍ଭ ହୋଇଛି। ଏ ସପ୍ତାହ ଶେଷ ସୁଦ୍ଧା ଫିଲ୍ମର ଟ୍ରେଲର୍‌ ଲଞ୍ଚ୍‌ ହେବ ବୋଲି ଅନୁମାନ କରାଯାଉଛି ଓ ଜୁନିୟର ଏନ୍‌ଟିଆର୍‌ ‘ୱାର୍‌-୨’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି ମଧ୍ଯ କରିବାକୁ ଯାଉଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score