ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ଓଟିଇଟି ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ଏବଂ ତ୍ରୁଟି ଶୂନ୍ୟ କରିବାକୁ ଓଡ଼ିଶା ସରକାର ନେଲେ ବଡ଼ ପଦକ୍ଷେପ । ସିସିଟିଭି ନଜରରେ ରହିବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା । ୨୭ ସେପ୍ଟେମ୍ବରରେ ହେବାକୁ ଯାଉଛି ସ୍ପେଶାଲ ଓଟିଇଟି ପରୀକ୍ଷା । ତେବେ ପରୀକ୍ଷା ଦିନ ପ୍ରଶ୍ନ ପତ୍ର ଆସିବା ଠାରୁ ପରୀକ୍ଷା ଶେଷ ହେବା ଯାଏଁ ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ୧୯୩ ପରୀକ୍ଷା କେନ୍ଦ୍ର । ପ୍ରଶ୍ନପତ୍ର ପରିବହନ ବେଳେ ଗାଡ଼ିକୁ ମିଳିବ ଆର୍ମଡ ପୋଲିସ ସୁରକ୍ଷା । ବିଏସଇ ମୁଖ୍ୟ କାର୍ଯ୍ୟାଳୟରେ ଖୋଲିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଏଥିସହ ଜିପିଏସ ଟ୍ରାକିଂ ବ୍ୟବସ୍ଥା ଡିଜିଟାଲ ଲକରରେ ସୁରକ୍ଷିତ ରହିବ ପ୍ରଶ୍ନପତ୍ର । ପ୍ରତି ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱରେ ରହିବେ ପର୍ଯ୍ୟବେକ୍ଷକ। ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଡିଷ୍ଟ୍ରିକ୍ଟ ସାଇନ୍ସ ସୁପରଭାଇଜର, ସେଣ୍ଟର ସୁପରିଟେଣ୍ଡଣ୍ଟ ମାନଙ୍କୁ ଟ୍ରେନିଂ ଦିଆଯିବ । ବିଧାନସଭାରେ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |