Explore

Search
Close this search box.

Search

November 21, 2024 3:46 am

Genres

ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା– ୨୦୨୫ ଆସନ୍ତା ବର୍ଷ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ନିମନ୍ତେ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋଲି ବୋର୍ଡ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି I ପ୍ରତ୍ୟେକ ପରୀକ୍ଷା ସକାଳ ୯.୦୦ ଆରମ୍ଭ ହୋଇ ୧୧ଟା ୩୦ରେ ସରିବ। କେବଳ ଗଣିତ ପରୀକ୍ଷାରେ ବିଦ୍ୟାର୍ଥୀଙ୍କୁ ଅଧିକ ୧୫ ମିନିଟ ମିଳିବ l ଏଥି ସହିତ ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ l

ପରୀକ୍ଷା କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୨୧ ତାରିଖ ଶୁକ୍ରବାର ପ୍ରଥମ ଦିନରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ ଓ ତେଲୁଗୁ, ୨୪ ତାରିଖରେ ଦ୍ଵିତୀୟ ଭାଷା ଇଂଲିଶ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା (କେବଳ ମୂକ-ବଧୂର ପରୀକ୍ଷାର୍ଥୀଙ୍କ ପାଇଁ), ୨୫ରେ ଟିଏଲ୍‌ଭି ପ୍ରାକ୍ଟିକାଲ, ୨୭ ତାରିଖ ଦିନ ଗଣିତ, ମାର୍ଚ୍ଚ ୧ ତାରିଖରେ ବିଜ୍ଞାନ, ମାର୍ଚ୍ଚ ୩ ରେ ସାମାଜିକ ବିଜ୍ଞାନ ଓ ୬ରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବାର ସୂଚନା ରହିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score