ପ୍ରକାଶ ପାଇଲା ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷାଫଳ l ଭୁବନେଶ୍ବରସ୍ଥିତ ସିଏଚଏସସି କାର୍ଯ୍ୟାଳୟରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l ଓ୍ବେବସାଇଟରେ ଆସିଲା ପରୀକ୍ଷା ଫଳ l ଏକାସାଙ୍ଗରେ ତିନୋଟି ବିଭାଗ କଳା, ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଲା l ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ରେଜଲ୍ଟ ପ୍ରକାଶ ପାଇଛି l ଚଳିତବର୍ଷ ପାସ୍ ହାର୍ ୮୨.୭୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର୍ ଅଧିକ ଅଛି l ସେହିପରି ଝିଅଙ୍କ ପାସ୍ ହାର୍ ୮୭.୨୪%, ପୁଅଙ୍କ ପାସ୍ ହାର୍ ୭୭.୮୮% ରହିଛି l ମୋଟ ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଓ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି l କଳାରେ ୮୦.୫୧% ପରୀକ୍ଷାର୍ଥୀ,ବିଜ୍ଞାନରେ ୮୭.୪୯% ଛାତ୍ରଛାତ୍ରୀ, ବାଣିଜ୍ୟରେ ୮୩.୨% ପରୀକ୍ଷାର୍ଥୀ ଏବଂ ଧନ୍ଦାମୂଳକରେ ୬୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |