ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା କୋରାପୁଟରେ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ହେବ କୋରାପୁଟ ନବନିର୍ମାଣର ପ୍ରୟୋଗଶାଳା । “ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ଵାରା ଛାତ୍ରଛାତ୍ରୀଙ୍କୁ କୁଶଳୀ କରାଯିବା ସହ ଏ ଅଞ୍ଚଳର ପିଲା ଚାକିରି କରିବେନି, ଅନ୍ୟମାନଙ୍କୁ ଚାକିରି ଦେବେ”। ଏଠାରେ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ ଏବଂ ଅସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ ପରେ ସ୍ଥାନୀୟ ବିକ୍ରମଦେବ ଖେଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଅଭିଭାଷଣ ପ୍ରଦାନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସ୍ଥାନୀୟ ମାଲକାନଗିରି ବାଇପାସ ରୋଡରେ ଚିହ୍ନଟ ହୋଇଥିବା ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଭୂମିପୂଜନ କରିବା ସହିତ ପରେ ଅସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପିତ କରିବା ସହ ଚାରା ରୋପଣ କରିଥିଲେ ଶିକ୍ଷାମନ୍ତ୍ରୀ। ଅନ୍ୟପକ୍ଷେ ରାଜର୍ଷି ବିକ୍ରମଦେବ ବର୍ମାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାର ଅନ୍ୟତମ ସାଂସ୍କୃତିକ, ବ୍ୟବସାୟିକ ଓ ବୌଦ୍ଧିକ କେନ୍ଦ୍ର ହେଉଛି ଜୟପୁର ମହାରାଜା ବିକ୍ରମଦେବ ବର୍ମାଙ୍କ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଦେଶ ସ୍ଵାଧୀନତାରେ ଅନେକ ଅବଦାନ ରହିଛି। ଏଭଳି ସହରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପୂରଣ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟର କୋଠା ନିର୍ମାଣରେ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ସୋମମବାରରୁ ଅସ୍ଥାୟୀ କୋଠାରେ ପାଠପଢା ଆରମ୍ଭ ହେବ । ଏହା ପୂର୍ବରୁ ନାମଲେଖା ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନରେ ବେଶ ସହାୟକ ହେବ । ଏହି ସ୍କୁଲରେ ପଢି ଛାତ୍ରଛାତ୍ରୀ କୋରାପୁଟ ପାଇଁ ଗୌରବ ଆଣିବେ। ଆମର ଯୁବକଯୁବତାଙ୍କୁ ସ୍ବାବଲମ୍ବୀ କରାଯିବ। ଏଠାର ସାଧନକୁ ଉପଯୋଗ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରଯିବ ଯାହାଦ୍ୱାରା ସେମାନେ ଚାକିରି ନକରି ଅନ୍ୟମାନଙ୍କୁ କିପରି ନିଯୁକ୍ତି ଦେବେ, ଏଭଳି ମାନସିକତା ତିଆରି କରାଯିବ।
ରାଜ୍ୟରେ ହାଇସ୍କୁଲକୁ କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନାରେ ସାମିଲ କରିବାକୁ ପୂର୍ବ ସରକାର ଆଗ୍ରହ ଦେଖାଇ ନଥିଲେ। ଡବର ଇଞ୍ଜିନ୍ ସରକାର ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ୭୬୨ ହାଇସ୍କୁଲକୁ ଏହି ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ପିଏମଶ୍ରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଲାଗି ୨ କୋଟି ହିସାବରେ ୧୪୦୦ କୋଟି ଟଙ୍କା ଖର୍ଚ୍ଚ କରଯିବ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ୯୦ଟି ହାଇସ୍କୁଲ ପିଏମଶ୍ରୀରେ ବିକାଶ କରାଯିବ। ଏଥିପାଇଁ ପାଖାପାଖ ୨୦୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଅଯାଇଛି। ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପାଇଁ ପିଏମ୍ ରଷା ଯେଜନାରେ କେନ୍ଦ୍ର ସରକାର ୨୦ କୋଟି ଟଙ୍କା ଦେଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି ୫୦ କୋଟି ଟଙ୍କାର ଅର୍ଥିକ ବ୍ୟବସ୍ଥା କରାଯାଇଛି । ଆଗାମୀଦିନରେ କେରାପୁଟ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଡିଗ୍ରୀ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ବୃଦ୍ଧି କରାଯିବ। ଶିକ୍ଷାକ୍ଷେତ୍ର ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ବିକାଶ, ଅର୍ଥିକ କ୍ଷେତ୍ରକୁ ମଜଭୁତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିରକ୍ଷର ପ୍ରୟାସ ଜାରି ରଖିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁନାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |