Explore

Search

August 6, 2025 2:56 am

Genres

ଏଣିକି ସ୍କୁଲ ପିଲାଙ୍କୁ ଦିଆଯିବ ତଟକା ଫଳ : ଶିଶୁ ବାଟିକାରୁ ଲାଗୁ

ସ୍କୁଲ ପିଲାମାନଙ୍କ ଶାରୀରିକ ଗଠନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉନ୍ନତମାନର ଖାଦ୍ୟ ଦେବାର ପ୍ରୟାସ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର l ସେଥିପାଇଁ ଅଣ୍ଡା ଖାଉ ନ ଥିବା ପିଲାମାନଙ୍କୁ ବିକଳ୍ପ ଦୃଷ୍ଟିରୁ ଦିଆଯିବ ତଟକା ଫଳ l ଅଣ୍ଡା ବଦଳରେ ପିଲାମାନେ ତଟକା ଫଳ ସେବନ କରିପାରିବେ l ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ l ମୁଖ୍ୟତଃ ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି l ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉ ନ ଥିଲେ ମିଳିବ ଫଳ l ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍‌ ପୋଷଣ ଷ୍ଟେଟ୍‌ ନୋଡାଲ ଅଫିସର l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score