ଆମ ଦେଶ ଭାରତ ବିକାଶ ଦିଗରେ ଅଗ୍ରସର ହେଉଛି । ତେଣୁ ଏହି ସମୟରେ ଆମକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବାକୁ ହେବ । ଏଭଳି କିଛି କହିଛନ୍ତି ନୂଆଦିଲ୍ଲୀରେ ଆୟୋଜିତ ‘ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ – ୨୦୨୫’କୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଇନଟେଲ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ଏହି ପଦକ୍ଷେପ ଗୁଡ଼ିକ ନୂତନ ଜାତୀୟ ଶିକ୍ଷା ନୀତିକୁ ଆଧାର କରି ଆମ ଛାତ୍ରଛାତ୍ରୀଙ୍କ କଳ୍ପନା ଓ ନବସୃଜନକୁ ଆହୁରି ଅଧିକ ଗତି ଦେବ ।
ଏହି ନୂତନ କାର୍ଯ୍ୟକ୍ରମ ଗୁଡ଼ିକ ଏଆଇକୁ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ କରାଇବାରେ ସହାୟକ ହେବ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ, ଡିଜିଟାଲ୍-ସଶକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତର ପରିକଳ୍ପନାକୁ ଆଗକୁ ନେବାରେ ଉତ୍ପେରକ ଭାବରେ କାର୍ଯ୍ୟ କରିବ । ଭାରତବର୍ଷ ଏଆଇ ପ୍ରଦାନ କରୁଥିବା ସୁଯୋଗ ଗୁଡ଼ିକୁ ହାତଛଡ଼ା ନକରି ତାହାକୁ ଆପଣେଇ ନେଉଛି । ଭାରତର ମାନବ ବୁଦ୍ଧିମତା ଏବଂ କୃତ୍ରିମ ବୁଦ୍ଧିମତାର ମିଳିତ ଶକ୍ତି ଏକ ବିକଶିତ ଭାରତ ଗଠନ କରିବ । ଆଗାମୀ ଦିନରେ ଏଆଇ ବ୍ୟବହାର ବହୁଳ ହେବ । ଆମକୁ ଏଆଇର ସୁବିଧା ଗୁଡ଼ିକର ଲାଭ ନେବାକୁ ହେବ । ଭାରତ ଏଆଇର ସକରାତ୍ମକ ବ୍ୟବହାରକୁ ଆଗେଇ ନେବାକୁ ହେବ । ତାହାଲେ ଯାଇ ଆମେ ଦେଶ ପ୍ରଗତି ପଥରେ ଅଗ୍ରସର ହେବ ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ – ୨୦୨୫ରେ ପ୍ରଦର୍ଶିତ ଏଆଇ ଇନୋଭେସନ୍ ଶୋକେସ୍ରେ ବୁଲି ଦେଖିଥିଲେ । ସ୍କୁଲ ଓ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏଆଇ ପରୀକ୍ଷଣ ଓ ପ୍ରୋଜେକ୍ଟ ଗୁଡ଼ିକୁ ଦେଖି ପ୍ରଶଂସା କରିଥିଲେ। ଏଆଇ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଜରୁରୀ ବିଷୟ ହୋଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
