Explore

Search

July 29, 2025 11:19 pm

Genres

ଉଚ୍ଚଶିକ୍ଷା ବିକାଶ ଦିଆଯିବ ପୋଷଣକୁ ଗୁରୁତ୍ବ

ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କୋରାପୁଟ ଜିଲ୍ଲାର ବିଦ୍ୟାଳୟ ଓ ଗଣଶିକ୍ଷା ସହିତ ଉଚ୍ଚଶିକ୍ଷା ବିକାଶ, ଶିଶୁ ଓ ମହିଳାଙ୍କ କଲ୍ୟାଣ ସହ ଅନ୍ୟ ପ୍ରାଥମିକ ବିଷୟଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି । ବୈଠକରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଭଳି ଆକାଂକ୍ଷୀ ଜିଲ୍ଲାରେ ସ୍କୁଲ ଶିକ୍ଷା ଏବଂ ଉଚ୍ଚଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି। ସେହିପରି ନବଜାତ ଶିଶୁଠାରୁ ୧୮ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ, ଶାରୀରିକ ସ୍ବାସ୍ଥ୍ୟକୁ ଦୃଷ୍ଟି ଦେବା, ମହିଳା ଓ ଶିଶୁ ବିକାଶ, ଦକ୍ଷତା ଏବଂ କ୍ରୀଡ଼ା ଭିଭି ଭୂମି ବିକାଶ ଆଦି ଆନୁଷଙ୍ଗିକ ବିଷୟରେ ସମୀକ୍ଷା ହୋଇଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଆଗାମୀ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ଆମ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ବତନ୍ତ୍ର ହେବା ଶହେ ବର୍ଷ ପୂରିବ। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ମୂଳ ଚାବିକାଠି ହେଉଛି ଶିକ୍ଷା। ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ବିକଶିତ କରିବା ପାଇଁ ହେଲେ ଶିକ୍ଷା ସହ ଜିଲ୍ଲାର ଅର୍ଥିକ ଓ ସାମଗ୍ରିକ ବିକାଶକୁ ଅଗ୍ରାଧିକାର ଦେବାକୁ ହେବ ବୋଲି ବକ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score