Explore

Search

August 31, 2025 9:00 am

Genres

ପାଠ୍ୟକ୍ରମରେ “ଓଡିଶା ପାଇକ ବିଦ୍ରୋହ” ସାମିଲ ବିଷୟକୁ ନେଇ ଆସିଲା ଏନସିଇଆରଟି ପକ୍ଷରୁ ସ୍ପଷ୍ଟୀକରଣ

ଏନସିଇଆରଟି ପକ୍ଷରୁ ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ”ରେ ଦି କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ଏନେଇ ଏନସିଇଆରଟି ପକ୍ଷରୁ ସ୍ପଷ୍ଟୀକରଣ ଆସିଛି l

ନ୍ୟାସନାଲ କାଉନସିଲ ଅଫ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଏନସିଇଆରଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟ ବାଦ୍ ପଡ଼ିନାହିଁ । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡରେ ଏହି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ ବିଷୟ ସ୍ଥାନ ପାଇଛି । ଏନସିଇଆରଟି ପୁସ୍ତକରେ ଖୋର୍ଦ୍ଧା ପାଇକ ବିଦ୍ରୋହ ବିଷୟ ବାଦ୍ ପଡ଼ିଥିବା ନେଇ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନସିଇଆରଟି କର୍ତ୍ତୃପକ୍ଷ ଆଜି ଏକ ପ୍ରେସ୍ ରିଲଜ ମାଧ୍ୟମରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁସାରେ, ଏନସିଇଆରଟି ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ”ରେ ଦି କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା । ଯଦିଓ ୨୦୧୭ ମସିହାରେ ଏନସିଆରଇଟି ଦ୍ୱାରା ଅଷ୍ଟମ ଶ୍ରେଣୀ ପୁସ୍ତକରେ ବ୍ରିଟିଶ ବିରୋଧରେ ହୋଇଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରତୀକ ଭାବେ ଓଡ଼ିଶାର ପାଇକ ବିଦ୍ରୋହ-୧୮୧୭ ଆନ୍ଦୋଳନକୁ ସାମିଲ କରାଯାଇଥିଲା ।

ମାତ୍ର ଆଜି ପ୍ରେସ୍ ରିଲିଜ୍ ମାଧ୍ୟମରେ ଏନସିଇଆରଟି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ପ୍ରକାଶିତ ପାଠ୍ୟପୁସ୍ତକ ହେଉଛି ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନର ପ୍ରଥମ ଖଣ୍ଡ (ଭଲ୍ୟୁମ୍ ୧) । ଏହି ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ୨୦୨୫ ମସିହା ଅକ୍ଟୋବର ମାସରେ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଆଗାମୀ ଖଣ୍ଡରେ ଆଂଚଳିକ ପ୍ରତିରୋଧ ଆନ୍ଦୋଳନ ଏବଂ ସଶସ୍ତ୍ର ବିଦ୍ରୋହ ସର୍ମ୍ପକିତ ବିଷୟଗୁଡ଼ିକ ଯଥା ଓଡ଼ିଶାର ପାଇକ ବିଦ୍ରୋହ/ଖୋର୍ଦ୍ଧା ବିଦ୍ରୋହ, ପଞ୍ଜାବର କୁକା ଆନ୍ଦୋଳନ/ଶିଖ୍ ବିଦ୍ରୋହ ଆଦି ଅନ୍ତର୍ଭୁକ୍ତ ହେବ ।

ଏହି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାଗୁଡ଼ିକୁ ପାଠ୍ୟକ୍ରମରୁ ହଟାଇ ଦିଆଯାଇ ନାହିଁ, ବରଂ ପାଠ୍ୟପୁସ୍ତକର ଆଗାମୀ ଖଣ୍ଡରେ ବିସ୍ତୃତ ଭାବେ ସାମିଲ କରାଯିବ ବୋଲି ସୂଚନା ମିଳିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score