ମହାପ୍ରଭୁଙ୍କ ମାନବୀୟ ଲୀଳା ରଥଯାତ୍ରା ଆଜି ପାଳିବ ଶେଷ ଉତ୍ସବ l ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁ ବଳଭଦ୍ର,ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଅଧରପଣା ନୀତି ସମ୍ପନ୍ନ ହୋଇଛି l ତେବେ ଆଜି ମହାବାହୁ ମାତା ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ କରିବେ ମାନଭଞ୍ଜନ l ଭାଇ ଭଉଣୀଙ୍କ ସହିତ ଫେରିବେ ରତ୍ନବେଦୀକୁ ଓ ସମ୍ପନ୍ନ କରିବେ ନୀଳାଦ୍ରିବିଜେ ନୀତିକୁ l ଆଜି ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ହେତୁ ଶେଷଥର ପାଇଁ ଶ୍ରଦ୍ଧାଳୁ ଦାରୁବ୍ରହ୍ମଙ୍କୁ ବଡଦାଣ୍ଡରେ ଦେଖିବାର ସୁଯୋଗ ପାଇବେ l
ତେବେ ଏହି ସବୁ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ l ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଶେଷ ହୋଇଥିବା ବେଳେ ମୋଟ ୯୫ ଦିନ ଧରି ମରାମତି କାମ ହୋଇଛି ଏବଂ ମୋଟ ୩୩୩ ଘଣ୍ଟା ମଧ୍ୟରେ ଏହି ମରାମତି କାମ ରେକର୍ଡ ହୋଇଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |