Explore

Search

July 2, 2025 3:44 am

Genres

ସକାଳ ୯ଟା ୩୦ରୁ ଆରମ୍ଭ ହେଲା ରଥଟଣା, ବଡଦାଣ୍ଡ ସମାଗମ

ଗତକାଲି ଅର୍ଥାତ୍ ପବିତ୍ର ଘୋଷଯାତ୍ରାରେ ବଡଦାଣ୍ଡରେ ଅଟକିଥିବା ନନ୍ଦିଘୋଷ ରଥ ଆଜି ସକାଳ ୯ଟା ୩୦ରୁ ଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କରିଛି l ଗତକାଲି ସନ୍ଧ୍ୟା ୭ଟା ୪୫ମିନିଟରେ ନନ୍ଦିଘୋଷ ରଥ ଇଞ୍ଚେ ଟଣାଯାଇ ବିଧିସମ୍ପନ୍ନ କରାଯିବା ପରେ ରଥଟଣା ବନ୍ଦ ରହିଥିଲା l ତେବେ ଅପରାହ୍ନ ପ୍ରାୟ ୪:୧୦ରେ ରଥଟଣା ଆରମ୍ଭ ହୋଇଥିଲା l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ ରଥ’ର କର୍ଡ଼ନ ଭିତରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭିଡ଼ ଯୋଗୁଁ ରଥଟଣା କାର୍ଯ୍ୟ ବିଳମ୍ବିତ ହୋଇଥିଲା l

ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ସେଭଳି ଅଟକି ରହିଥିଲା । ରାତି ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ ରଥକୁ ଟାଣିବା ପାଇଁ ପ୍ରଶାସନ ସବୁ ପ୍ରକାରର ପ୍ରୟାସ ମଧ୍ଯ କରିଥିଲେ l ମହାପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ରଥ ବଳଗଣ୍ଡିଠାରେ ଅଟକି ଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥ ମରିଚିକୁଣ୍ଡଠାରେ ଅଟକି ରହିଥିଲା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score