ଶେଷ ହେଲା ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା l ପୁଣି ଅପେକ୍ଷା ଆର ବର୍ଷକୁ l ଗତକାଲି ରାତ୍ରରେ ଶ୍ରୀକ୍ଷେତ୍ରରେ ନୀଳକନ୍ଦରକୁ ଭାଇ ଭଉଣୀଙ୍କ ସହିତ ବିଜେ କରିଛନ୍ତି ମହାପ୍ରଭୁ l ଏଥିସହିତ ଅଭିମାନିନୀ ମା ମହାଲକ୍ଷ୍ମୀଙ୍କୁ ବିଳମ୍ବିତ ରାତ୍ରିରେ ଭେଟ ମଣ୍ଡପରେ ରସଗୋଲାକୁ ପ୍ରତୀକ ସ୍ଵରୂପ ପ୍ରଦାନ କରି ମା ସାଆନ୍ତାଣୀଙ୍କ ମାନଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ପ୍ରଭୁ ଜଗନ୍ନାଥ l ଏହି ସ୍ଵତନ୍ତ୍ର ନୀତି ଦେଖିବାକୁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଥିଲା ସିଂହଦ୍ବାର l ଅପରପକ୍ଷରେ ତିନି ରଥ ଯେପରି ନିଜର ପ୍ରଭୁଙ୍କୁ ଝୁରି ହେଲେଣି l ସେହିପରି ଆଜିଠାରୁ ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ଆନନ୍ଦ ବଜାରରେ ଶ୍ରଦ୍ଧାଳୁମାନେ ଅଭଡା ମଧ୍ଯ ସେବନ କରିପାରିବେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |