Explore

Search

July 29, 2025 7:34 pm

Genres

ମହଣ ମହଣ ସୁନାରେ ଦର୍ଶନ ଦେଲେ ଶ୍ରୀଜୀଉ, ଆଜି ଭାଙ୍ଗିବ ଅଧରପଣା ହାଣ୍ଡି

ଗତକାଲି ଚତୁର୍ଦ୍ଧାମୂର୍ତ୍ତି ରଥରେ ବହୁ ପ୍ରତୀକ୍ଷିତ ରାଜରାଜେଶ୍ଵର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି l ଦିନତମାମ ଠାକୁରଙ୍କ ସୁନାବେଶ ଦେଖିବା ପାଇଁ ବଡଦାଣ୍ଡରେ ଛୁଟିଥିଲା ଭକ୍ତଙ୍କ ସୁଅ l ମହଣ ମହଣ ସୁନା ଓ ସୁଗନ୍ଧିତ ପୁଷ୍ପରେ ସଜ୍ଜିତ ହୋଇ ଚଳନ୍ତି ପ୍ରତିମା ଦର୍ଶନ ଦେଉଥିଲେ l ସେହିପରି ଆଜି ଆଜି ରଥ ଉପରେ ସଂପନ୍ନ ହେବ ଅଧରପଣା ନୀତି l
ଠାକୁରଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ଅର୍ପଣ କରାଯିବ ଯାହାକୁ ପାର୍ଶ୍ବ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ ଶାନ୍ତି ଅର୍ପଣ ପଣା କରାଯାଏ l ଶାସ୍ତ୍ର ଅନୁସାରେ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବାର ବିଧି ରହିଛି l ଛେନା, କ୍ଷୀର, ସର, କଦଳୀ ଅନ୍ୟ ଦ୍ରବ୍ୟରେ ଏହି ପଣାକୁ ପ୍ରସ୍ତୁତ କରାଯାଏ l ଆଜି ଏହି ଅଧରପଣା ହାଣ୍ଡି ନୀତି ସନ୍ଧ୍ୟାରେ ସମ୍ପନ୍ନ ହେବା ଦୃଷ୍ଟିରେ ରଖି ଭିଡ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score