Explore

Search

March 13, 2025 8:21 pm

Genres

ଏପ୍ରିଲ ସୁଦ୍ଧା ସରିବ ଅଯୋଧ୍ୟା ଦରବାର

ଅଯୋଧ୍ୟା ନଗରୀରେ ଅବସ୍ଥିତ ରାମମନ୍ଦିରର ୧୫ ଏପ୍ରିଲ ସୁଦ୍ଧା ପ୍ରଥମ-ଦ୍ବିତୀୟ ମହଲା-ଶିଖର ନିର୍ମାଣ ସଂପୂର୍ଣ୍ଣ ହେବ l ଏଥିସହ ୧୫ରୁ ୩୦ ଏପ୍ରିଲ ମଧ୍ୟରେ ରାମ ଦରବାର ସଂପୂର୍ଣ୍ଣ ସ୍ଥାପନ ପାଇଁ କାମ ଚାଲିଛି । ୩୦ ଏପ୍ରିଲ ସୁଦ୍ଧା ମନ୍ଦିର ବିଭିନ୍ନ ଭାଗରେ ସମସ୍ତ ମୂର୍ତ୍ତ ସ୍ଥାପନା କାମ ସରିବ । ପରକୋଟାର ୬ ମନ୍ଦିର କାମ ଜାରି ରହିବ lଚଳିତବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ଆସନ୍ତା ମାସରେ ମନ୍ଦିରରେ ଲାଗିଥିବା ଲିଫ୍ଟକୁ ଯୋଡ଼ିବା କାମ ବା ଏରୋ ବ୍ରିଜ୍ କାମ ଶେଷ ହେବ । ପରକୋଟାକୁ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର ନିର୍ମାଣ କରାଯିବ । ଶ୍ରଦ୍ଧାଳୁ ମାନେ ଯୋତା ଚପଲ ରଖିବା ପାଇଁ ଏହି ବ୍ୟବସ୍ଥା ହେବ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସୁବିଧା କେନ୍ଦ୍ର ନିର୍ମାଣ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ନିର୍ମାଣ କାର୍ଯ୍ୟ କରାଯାଉଛି । ଅନ୍ୟପଟେ ମନ୍ଦିର ଚାରିପାଖରେ ୪ କିଲୋମିଟର ବ୍ୟାପୀ ସ୍ଥାୟୀ ପ୍ରାଚୀର ନିର୍ମାଣ ହେବ । ପୋଲିସ ମୁଖ୍ୟାଳୟରେ ସୁରକ୍ଷା ପାଇଁ ଯେଉଁଭଳି ପ୍ରାଚୀର ନିର୍ମାଣ ହୁଏ ସେଭଳି ଢଙ୍ଗରେ ପାଚେରି ନିର୍ମାଣ ହେବ । ଏହାର ଉଚ୍ଚତା ୧୪ରୁ ୧୬ ଫୁଟ ରହିବ। ଉତ୍ତର ଦ୍ବାର ପାଖର ଏହି ପ୍ରାଚୀର ନିର୍ମାଣ ଆରମ୍ଭ ହେବ । ଏହା ସରିବା ପାଇଁ ପ୍ରାୟ ୧ ବର୍ଷ ଲାଗିବ ବୋଲି ଆକଳନ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score