Explore

Search

July 16, 2025 9:19 pm

Genres

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର, କାଉଡିଆ ଭକ୍ତଙ୍କ ସମାଗମ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର l ଚଳଚଞ୍ଚଳ ହୋଇପଡିଛି ଶୈବପୀଠ l ଦେଶର ପ୍ରତିଟି ସ୍ଥାନରେ ବୋଲବମ୍ ଓ ହର ହର ମହାଦେବ ଶବ୍ଦରେ ଗୁଞ୍ଜରିତ ହେଉଛି l ଅପରପକ୍ଷେ ଆଜି ରାଜ୍ଯରେ ବିଭିନ୍ନ ଶୈବାଳୟରେ ଚାଲିଛି ପୂଜାର୍ଚ୍ଚନା ବିଧି l ସକାଳୁ ସକାଳୁ ନିଜର ମାନସିକ ପୂରଣ କରିବା ନେଇ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି ମାନସିକଧାରୀ l ବିଭିନ୍ନ ନଦୀଘାଟରୁ ବାହୁଙ୍ଗାରେ ପାଣି ଆଣି ଅଭିଷେକ କରୁଛନ୍ତି l ରାଜ୍ଯରେ ଧବଳେଶ୍ଵର, ଲିଙ୍ଗରାଜ, ଲୋକନାଥ, ଗୁପ୍ତେଶ୍ଵର, ହରିଶଙ୍କର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି l ସୁରଖୁରରେ କିପରି ପୂଜାବିଧି ସରିବ ସେନେଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score