Explore

Search

July 2, 2025 2:33 am

Genres

ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ଦର୍ଶନ, ରାତି ପାହିଲେ ଘୋଷଯାତ୍ରା

ଆଜି ଦାରୁବ୍ରହ୍ମଙ୍କ ପବିତ୍ର ନେତ୍ରୋତ୍ସବ ଦର୍ଶନ ଅନୁ୍ଷ୍ଠିତ ହେଉଥିବା ବେଳେ ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ l ଏହି ନବଯୌବନ ଦର୍ଶନ ପାଇଁ ବର୍ଷବ୍ୟାପୀ ପ୍ରତୀକ୍ଷା କରିଥାଏ ଶ୍ରଦ୍ଧାଳୁଟିଏ l

ଏଥିସହ ଆସନ୍ତା କାଲି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ପ୍ରସ୍ତୁତ ଚତୁର୍ଦ୍ଧାବିଗ୍ରହ l ଚକା ଅପସାରଣ ପରେ ଦାରୁବିଗ୍ରହଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି l ସକାଳ ୮ ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ ଆରମ୍ଭ ହୋଇଥିବା ବେଳେ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ ହେବ l ଚଳିତବର୍ଷ ଉଭା ଯାତ୍ରା ପଡୁନଥିବାରୁ ଗୋଟିଏ ଦିନ ନବଯୌବନ ଦର୍ଶନ ହେବ l ଏହି ଦୁର୍ଲ୍ଲଭ ଦର୍ଶନ ଅପେକ୍ଷାରେ ହଜାର ହଜାର ଶ୍ରଦ୍ଧାଳୁ ଅପେକ୍ଷାରତ l ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି l

ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ଅନ୍ୟପଟେ ରଥଙ୍କ ଅପେକ୍ଷାରେ ସଜେଇ ହୋଇଛି ସିଂହଦ୍ଵାର। ଗୋଟିଏ ଦିନ ପରେ ରଥଯାତ୍ରା। ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ କାରିଗର। ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହେବା ପରେ ପୁଲିସ କର୍ଡନ କରି ରଥମାନଙ୍କୁ ସିଂହଦ୍ଵାର ନିକଟକୁ ନିଆଯିବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score