ମୁସଲମାନ ସଂପ୍ରଦାୟର ଇଦ୍ ଏକ ପ୍ରମୁଖ ପର୍ବ। ଏକ ମାସ ଧରି ଉପବାସ ତଥା ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଉପସ୍ଥିତ ରହି ସମୂହ ନମାଜ ପାଠ ସମ୍ପନ୍ନ ହୋଇ ସାରିଥିବା ବେଳେ ଇସଲାମିକ ମାନ୍ୟତା ଅନୁଯାୟୀ, ଇଦ-ଉଲ୍-ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଥାଏ। ରାଜ୍ୟରେ ଆଜି ଇଦ୍-ଉଲ-ଫିତର ପାଳନ ନେଇ ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ୍ ଅଲ୍ ଜମାତ କଟକ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସମ୍ବଲପୁର ଓ ସୁନ୍ଦରଗଡରେ ଚାନ୍ଦ ଦେଖାଯିବା ଯୋଗୁଁ ରାଜ୍ୟରେ ଇଦ ପାଳନ ପାଇଁ ନିଷ୍ପତ୍ତି ହୋଇଛି। କଟକ ସହରର କଦମ୍ ଏ ରସୁଲ ଠାରେ ଏହି ପର୍ବ ପାଳନ ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |