ଭୁବନେଶ୍ୱର : ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ । ଭୁବନେଶ୍ଵରର ଏମ୍ସରେ ଆରମ୍ଭ ହେଲା ଯକୃତ ପ୍ରତିରୋପଣ ୟୁନିଟ । ରୋବୋଟିକ ସର୍ଜରୀ ୟୁନିଟ ଦ୍ଵାରା ଏଥର ରୋଗୀଙ୍କୁ ମିଳିବ ଚିକିତ୍ସା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ ଭୁବନେଶ୍ୱରର ଏମ୍ସ ଭୁବନେଶ୍ୱରରେ ନୂଆ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପରେ ଏବେ ରୋଗୀମାନଙ୍କୁ ଜଟିଳ ଓ ଖର୍ଚ୍ଚାଳୁ ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ।
ଭୁବନେଶ୍ୱର ଏମ୍ସରେ ପ୍ରଥମଥର ପାଇଁ ରୋବୋଟିକ ସର୍ଜରୀ ୟୁନିଟ ଓ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ୍ ଆରମ୍ଭ ହୋଇଛି । ରାଜ୍ୟର କୌଣସି ସରକାରୀ ହସ୍ପିଟାଲରେ ଏପରି ସୁବିଧା ଆଗରୁ ଥିଲା ନାହିଁ। ପୂର୍ବ ଭାରତରେ ମଧ୍ୟ ଏଭଳି ଆଧୁନିକ ଚିକିତ୍ସା ବ୍ୟବସ୍ଥା ଦୁର୍ଲଭ।
ଏହି ରୋବୋଟିକ ସର୍ଜରୀ ପ୍ରଣାଳୀ ଦ୍ୱାରା ଅତ୍ୟନ୍ତ ସୂକ୍ଷ୍ମ ଅଂଶରେ ସଠିକ ଭାବେ ଅସ୍ତ୍ରୋପଚାର କରିବା ସମ୍ଭବ ହେବ। ଏଥିରେ ରୋଗୀଙ୍କ ସୁସ୍ଥ ହେବାର ସମୟ କମିବ ଓ ଜଟିଳତା ମଧ୍ୟ କମିବ। ଏହା ସହିତ ଆଉ ଦୁଇଟି ନୂଆ ଉନ୍ନତ ଚିକିତ୍ସା ସେବା ମଧ୍ୟ ଆରମ୍ଭ କରାଯାଇଛି। ଏହାର ଲାଭ କେବଳ ଓଡ଼ିଶା ନୁହେଁ, ଆସାମ, ୱେଷ୍ଟବେଙ୍ଗଲ ସହ ପୂର୍ବ ଭାରତର ଅନ୍ୟାନ୍ୟ ରାଜ୍ୟର ଲୋକମାନେ ମଧ୍ୟ ପାଇପାରିବେ । ଏହି ନୂତନ ପଦକ୍ଷେପ ଫଳରେ ଭୁବନେଶ୍ୱର ଏମ୍ସ ଉପରେ ଲୋକମାନଙ୍କର ଆସ୍ଥା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
