Explore

Search

January 15, 2026 8:46 pm

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା :ଶ୍ରେଷ୍ଠ ଅଭିନେତା ଭାବେ କାନ୍ତାରା ର ରିଷବ ସେଟ୍ଟୀ

Entertainment News

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ ଓ ୨୦୨୩ ମସିହାରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକୁ ଏହି ଜାତୀୟ ପୁରସ୍କାରରେ ସାମିଲ କରାଯାଇଛି। ଏହି ପୁରସ୍କାରକୁ ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବରେ ଜଣାଯାଏ। ତେବେ ଚଳିତ ବର୍ଷ ର ଏହି ପୁରସ୍କାର ଦୋୖଡରେ ଆଗରେ ଅଛନ୍ତି ରିଷବ ସେଟ୍ଟୀ , ତାଙ୍କ ଅଭିନୀତ ଚଳଚିତ୍ର ‘କନ୍ତାରା‘ ପାଇଁ ତାଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତାର ପୁରସ୍କାର

ତେବେ ସୂଚନା ଥାଉ କି କନ୍ନଡ ଅଭିନେତା ଋଷଭ ଶେଟ୍ଟୀ ଗତ ବର୍ଷ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘କନ୍ତାରା’ ପାଇଁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା ତେବେ ଏହି ଚଳଚିତ୍ର ସମଗ୍ର ବିଶ୍ୱରେ ବେଶ ଚାହିଦାର ରହିଥବା ବେଳେ ଋଷଭ ଶେଟ୍ଟୀରିଷବ ସେଟ୍ଟୀଙ୍କ ନିଖୁଣ ଅଭିନୟକୁ ମଧ୍ୟ ଲୋକମାନେ ବେଶ ପ୍ରଶଂସା କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score